ତେଲ ନଦୀରେ ମଝିରେ ଅଟକି ରହିଛନ୍ତି ହାତୀପଲ

ତେଲ ନଦୀରେ ମଝିରେ ଅଟକି ରହିଛନ୍ତି ହାତୀପଲ

କଣ୍ଟାମାଳ : କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଣିକପୁରର ଗ୍ରାମ ନିକଟଦେଇ ଯାଇଥିବା ତେଲ ନଦୀ ମଝିରେ ଏକ ୧୨ଜଣିଆ ହାତୀପଲ ଅଟକି ରହିଛନ୍ତି। ଏକଥା ପ୍ରଘଟ ହେବାପରେ ସେମାନଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି। ସୂଚନା ପାଇ ଘଣ୍ଟାପଡା ପୁଲିସ ଏବଂ କଣ୍ଟାମାଳ ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ନିକଟକୁ ନ ଯିବା ପାଇଁ ଆକଟ କରିବା ସହ ସୁରକ୍ଷା ଦୃଷ୍ଟିରୁ ହାତୀପଲ ଉପରେ ସତର୍କ ନଜର ରଖିଥିବା ଦେଖିବାକୁ ମିଳିଛି।
ଗତକାଲି ରାତିରେ ହାତୀପଲ ନଦୀ ଅତିକ୍ରମ କରିବାକୁ ଯାଇ ଅଟକି ଯାଇଥାଇ ପାରନ୍ତି ବୋଲି ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ହାତୀମାନେ ଜନବସତି ଆଡକୁ ମୁହାଇଁ ପାରନ୍ତି କିମ୍ବା ଫସଲ ନଷ୍ଟ କରିଦେବା ଆଶଙ୍କା କରି ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ହାତୀପଲ ବହୁଦିନରୁ ଏହି ଅଞ୍ଚଳରେ ପଇଁତରା ମାରି ନିକଟ ସୁନାଦେଇ ଜଙ୍ଗଲରେ ରହୁଥିବା ଦେଖିବାକୁ ମିଳିଛି। ଦିନ ୧୨ଟା ସୁଦ୍ଧା ଏହି ହାତୀପଲ ତେଲ ନଦୀରୁ ବାହାରି ନଦୀ ଖଣ୍ଡିରେ ଅଟକି ରହିଥିବା ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ମହାନଦୀକୁ ଡେଇଁଲେ ଯୁବତୀ : ଉଦ୍ଧାର କଲେ ସ୍ଥାନୀୟ ଲୋକେ

Thu Sep 28 , 2023
କଟକ: କଟକ ଯୋବ୍ରା ବ୍ୟାରେଜରେ ମହାନଦୀକୁ ଡେଇଁଲେ ଯୁବତୀ। ଆତ୍ମହତ୍ୟା କରିବାକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ତେବେ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। କିଛି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏବେ ଯୁବତୀ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି। Share Now:
ମହାନଦୀକୁ ଡେଇଁଲେ ଯୁବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial