୭ ମାସରେ ସବୁ ଅଳିଆ ସଫା ହୋଇଯିବ : ବିଏମସି କମିଶନର

୭ ମାସରେ ସବୁ ଅଳିଆ ସଫା

ସୈନିକ ସ୍କୁଲ ଛକ ନିକଟରେ ବିଜେପି ପକ୍ଷରୁ ଗଣଧାରଣା

ଭୁବନେଶ୍ୱର: ପୃଥକ ଅଳିଆ ନ ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ରାଜଧାନୀବାସୀଙ୍କୁ ଚେତାବନୀ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଅଳିଆ ପୃଥକୀକରଣ ପାଇଁ ଟିଟିଏସରେ ସମସ୍ୟା ଥିବା କହିଛନ୍ତି ବିଏମସି କମିଶନର। ସବୁ ଲୋକ ଅଳିଆ ପୃଥକୀକରଣ ବା ଓଦା ଓ ଶୁଖିଲା ଅଳିଆ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି କମିଶନର। ଯେଉଁମାନେ ପୃଥକୀକରଣକୁ ସହଯୋଗ ବା ପାଳନ କରୁନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି।
ସେ କହିଛନ୍ତି, ଟିଟିଏସରେ ଟେରାକ୍ସ ୱାରିୟର ଗୋଟିଏ କାର୍ଯ୍ୟକ୍ଷମ ହେଉଛି। ଖୁବ ଶୀଘ୍ର ଆଉ ଏକ ଟେରାକ୍ସ ଆସିବ। ୬ରୁ ୭ ମାସ ଭିତରେ ଟିଟିଏସର ସବୁ ଅଳିଆ ସଫା ହେବ। ଏବେ ବି ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ ହେଉଛି, ଯାହା ଫଳରେ ଗନ୍ଧ କମ୍ ହେଉଛି। କେବଳ ଗାଡ଼କଣାର ଏହା ଅସୁବିଧା ନଥିଲା ପୁରା ଭୁବନେଶ୍ୱରର ଏହା ଅସୁବିଧା ଥିଲା। ଦାରୁଠେଙ୍ଗ ଭଳି ଏଠି ବି ସବୁ ସଫା ହେବ। ଆଉ ୭ ମାସ ଭିତରେ ସବୁ ଅଳିଆ ସଫା ହୋଇଯିବ। ଏଣେ ସୈନିକ ସ୍କୁଲ ଛକ ନିକଟରେ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି। ଟିଟିଏସ୍‌ ଓ ଦୁର୍ଗନ୍ଧମୟ ସ୍ଥିତିକୁ ନେଇ ବିଜେପି ପ୍ରତିବାଦ କରୁଛି। ବିଏମସିର ବେପରୁଆ ମନୋଭାବକୁ ବିରୋଧ କରି ଗଣଧାରଣା ଦିଆଯାଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ସାଂଘାତିକ ଠକେଇ : ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି

Sat Nov 4 , 2023
ସୁନ୍ଦରଗଡ଼: ଚାକିରି ନାଁରେ ସାଂଘାତିକ ଠକେଇ। ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ରାଜ୍ୟର ପ୍ରାୟ ୧୨ ଶହ ଯୁବକଯୁବତୀଙ୍କ ଠାରୁ ଠକି ନେଲେ ପ୍ରାୟ ୧୫ କୋଟି ଟଙ୍କା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବି ଅନେକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କୁ ପଞ୍ଚାୟତିରାଜ ବିଭାଗରେ ଚାକିରି କରାଇ ଦେବାର ଆଶା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଛି। ଆଶାୟୀଙ୍କୁ ନକଲି କାର୍ଯ୍ୟାଦେଶ, ପଞ୍ଚାୟତ ମିତ୍ର, ବ୍ଲକ ସଂଯୋଜକ, ଜିଲ୍ଲା […]
ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial