ଷଣ୍ଢ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ଷଣ୍ଢ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ସୁନ୍ଦରଗଡ଼: ଷଣ୍ଢ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କୁଣ୍ଡୁପଡ଼ା ଅଞ୍ଚଳରେ। ମୃତକ ହେଲେ ରାକେଶ ନାଗ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୭ଟାରେ କୁଣ୍ଡୁପଡ଼ାରେ ରହୁଥିବା ୩୯ ବର୍ଷୀୟ ରାକେଶ ନାଗ ଘର ଆଗରେ ଥିବା ଏକ ମଣ୍ଡପରେ ଛିଡ଼ା ହୋଇଥିବା ସମୟରେ ଗୋଟିଏ ବୁଲା ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ରାକେଶ କିଛି ବୁଝିବା ପୂର୍ବରୁ ତାଙ୍କୁ ଶିଙ୍ଘ ସାହାଯ୍ୟରେ ଟେକି କଚାଡ଼ି ଦେଇଥିଲା। ରାକେଶଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସିଏଚସିକୁ ଚିକିତ୍ସା ଲାଗି ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜଗାଙ୍ଗପୁର ପୌର ପାଳିକାର ବିଭିନ୍ନ ଅଞ୍ଚଳରେ ବୁଲା ଗାଈ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ବଢ଼ିଚାଲିଥିବା ବେଳେ ଆଜିର ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଭାରତକୁ ଝଟକା : ବିଶ୍ବକପ୍‌ ୨୦୨୩ ଖେଳି ପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା

Sat Nov 4 , 2023
ନୂଆଦିଲ୍ଲୀ: ଗୋଡ଼ଗଣ୍ଠି ବା ବଳାଗଣ୍ଠିରେ ହୋଇଥିବା ଆଘାତ ଭଲ ହେଉ ନ ଥିବାରୁ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ‘ଆଇସିସି’ ବିଶ୍ବକପ୍‌ ୨୦୨୩ରେ ହେବାକୁ ଥିବା ବାକି ମ୍ୟାଚ୍‌ଗୁଡ଼ିକରେ ଖେଳି ପାରିବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଙ୍କ ପରିବର୍ତ୍ତେ ୧୫ଜଣିଆ ଖେଳାଳିବିଶିଷ୍ଟ ଭାରତୀୟ ଟିମ୍‌ରେ କର୍ଣ୍ଣାଟକ ପେସର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି। ‘ଆଇସିସି’ ‘ଇଭେଣ୍ଟ୍‌ ଟେକ୍ନିକାଲ୍‌ କମିଟି’ ତାଙ୍କୁ ଆଜି ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଚୟନ […]
ବିଶ୍ବକପ୍‌ ୨୦୨୩ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial