ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କ ପରଲୋକ

ରମାକାନ୍ତ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଗତକାଲି ଅପରାହ୍ନରେ ଓଡ଼ିଶାର ସୁନାମଧନ୍ୟ ପ୍ରଶାସକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର ୮୬ ବର୍ଷରେ ପରଲୋକ ଗମନ କରିଛନ୍ତି। ଗତ କିଛି ଦିନ ହେଲା ସେ କିମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଠମଲ୍ଲିକରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ଏହ୍ଲାବାଦ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନର କୃତି ଛାତ୍ର ଥିଲେ ଏବଂ ଛାତ୍ରାବସ୍ଥାରେ ସେ ରାଜନୀତି ଦର୍ଶନ ବିଷୟରେ ଏକ ପୁସ୍ତକ ରଚନା କରି ଖ୍ୟାତି ଲାଭ କରିଥିଲେ। ୧୯୫୭ ମସିହାରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ଜଣେ ସରଳ, ଅମାୟିକ, ଦକ୍ଷ, ନିଷ୍ଠାପର, କର୍ମଠ, ସଚ୍ଚୋଟ ତଥା ଆଦର୍ଶବାଦୀ ଅଧିକାରୀ ରୂପେ ସମସ୍ତଙ୍କର ପ୍ରଶଂସାଭାଜନ ହୋଇଥିଲେ। ତାଙ୍କର ପରାମର୍ଶ କ୍ରମେ ଅଭିନବ ବିଡାନାସୀ ନିର୍ମାଣ ହୋଇଥିଲା ଏବଂ ଚିଲିକା ତଥା ଅଂଶୁପା ହ୍ରଦର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆ ଯାଇଥିଲା। ୧୯୮୯ରୁ ୧୯୯୧ ମସିହା ମଧ୍ୟରେ ସେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କର ଶାସନ କାଳରେ ମୁଖ୍ୟ ଶାସନ ସଚିବ ରୂପେ ଦକ୍ଷତା ତଥା ନିରପେକ୍ଷତାର ସହିତ କାର୍ଯ୍ୟ କରିଥିଲେ। ଗତ ୧୪ ତାରିଖରେ ସତ୍ୟନଗର ଶ୍ମଶାନରେ ନିଜ ସମ୍ପର୍କୀୟମାନଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିଲା। ଅନ୍ତ୍ୟୋଷ୍ଟିକ୍ରିୟା ସମୟରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। ଶ୍ରୀ ମିଶ୍ରଙ୍କ ବିୟୋଗରେ ତାଙ୍କର ବହୁ ସହକର୍ମୀ ଓ ବନ୍ଧୁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଖୋଲିବ ୨ ନୂଆ ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ

Thu Oct 15 , 2020
କ୍ୟାପିଟାଲ ହସ୍ପିଟାଲ ଓ ଏମ୍‌ସ ପାଇଁ ପ୍ରସ୍ତାବ ଭୁବନେଶ୍ୱର : ରାଜଧାନୀରେ ଆଉ ୨ଟି ନୂତନ ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଖୋଲିବ। ଯଦିଓ ପୂର୍ବରୁ ରାଜଧାନୀରେ ଗୋଟିଏ ଜନ୍ମ-ମୃତ୍ୟୁ କାର୍ଯ୍ୟାଳୟ ରହିଛି, ତେବେ ଦିନକୁ ଦିନ ରାଜଧାନୀର କଳେବର ବୃଦ୍ଧି ପାଇବା ଓ ଲୋକସଂଖ୍ୟାକୁ ନଜରରେ ରଖି ନୂତନ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତହିଁରୁ ଗୋଟିଏ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟଟି ଏମ୍‌ସରେ ଖୋଲିବାର ଯୋଜନା ରହିଛି। […]
ରାଜଧାନୀରେ ଖୋଲିବ ୨ ନୂଆ ଜନ୍ମମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial