ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ୱର: ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା। ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ, ସେଥିନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବୁ। ଏଥିସହ ୫ଟି ଓ ମୋ’ ସରକାରର ସମସ୍ତ ନିୟମ ଅନୁପାଳନ କରିବୁ। ଏହାଦ୍ୱାରା ପୁଲିସ୍‌ ସାଧାରଣ ଲୋକଙ୍କ ନିକଟତର ହେବା ସହ ଅଧିକ ସେବା ଯୋଗାଇ ଦେଇ ପାରିବ।
୧୯୯୪ ବ୍ୟାଚର ଓଡ଼ିଆ ଆଇପିଏସ୍ ଅଧିକାରୀ ହେଉଛନ୍ତି ସଞ୍ଜୀବ ପଣ୍ଡା। ପୁଲିସ କମିଶନର ଦାୟିତ୍ୱ ନେବା ପୂର୍ବରୁ ସେ ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଦାୟିତ୍ୱରେ ଥିଲେ। ପୂର୍ବରୁ ସେ ପୁରୀ ଆରକ୍ଷୀ ଅଧୀକ୍ଷକ, ଆଇଜି ପର୍ସନାଲ, ଆଇଜି ଓଏସ୍ଏପି, ଏଡିଜି କ୍ରାଇମବ୍ରାଞ୍ଚ, ପରିବହନ କମିଶନର ଆଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଶାର ୩ ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଘୋଷିତ

Mon Jan 29 , 2024
ନୂଆଦିଲ୍ଲୀ: ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ସରିବ। ଏହାପୂର୍ବରୁ ଏହି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ ପାଇଁ ଫେବ୍ରୁଆରି ୮ ତାରିଖରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial