ଓଡ଼ିଶାର ୩ ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଘୋଷିତ

ନୂଆଦିଲ୍ଲୀ: ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ସରିବ। ଏହାପୂର୍ବରୁ ଏହି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।
ନିର୍ବାଚନ ପାଇଁ ଫେବ୍ରୁଆରି ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବୃଆରୀ ୧୫ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏଣେ ଫେବୃଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ପୈତୃକ ଘର ଦାନ କରିଦେଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ

Mon Jan 29 , 2024
ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ନିଜର ପୈତୃକ ଘର ଦାନ କରି ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି। ସୂଚନାଯୋଗ୍ୟ, ସୋମବାର ସକାଳେ ଅର୍ଥାତ ଆଜି ଜାନୁଆରି ୨୯ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାତ୍ରା କରୁଥିଲେ। ଏହି ‌ଯାତ୍ରା ସମୟରେ ସେ ଯାଇ ତାଙ୍କ ପୈତୃକ ଗ୍ରାମ ବାନିୟାନିରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ କିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial