ପୈତୃକ ଘର ଦାନ କରିଦେଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ନିଜର ପୈତୃକ ଘର ଦାନ କରି ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି। ସୂଚନାଯୋଗ୍ୟ, ସୋମବାର ସକାଳେ ଅର୍ଥାତ ଆଜି ଜାନୁଆରି ୨୯ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାତ୍ରା କରୁଥିଲେ। ଏହି ‌ଯାତ୍ରା ସମୟରେ ସେ ଯାଇ ତାଙ୍କ ପୈତୃକ ଗ୍ରାମ ବାନିୟାନିରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପରେ ମନୋହର ଲାଲ ତାଙ୍କର ପୈତୃକ ସମ୍ପତ୍ତି ଅର୍ଥାତ ପୈତୃକ ଘରକୁ ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଥିଲେ।
ପୈତୃକ ସମ୍ପତ୍ତି ଦାନ କରିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଗ୍ରାମବାସୀଙ୍କୁ କହିଥିଲେ, ‘ଆଜ୍ଞା ଆଜି ମୁଁ ଆପଣଙ୍କୁ ମୋ ମନର କଥା ଖୋଲି କହୁଛି। ପୈତୃକ ସମ୍ପତ୍ତି ଦାନ କରିବା ନିଷ୍ପତ୍ତି ମୁଁ ବହୁତ ଭାବି ଚିନ୍ତି ନେଇଛି। କାରଣ ଏହି ଘର ମୋର ମାତାପିତାଙ୍କ ପ୍ରତୀକ। ଯାହାକୁ ସେମାନେ ମୋ ନାମରେ କରିଥିଲେ। ଏହି ପ୍ରତୀକକୁ ମୁଁ ଆପଣମାନଙ୍କ ହାତକୁ ‌‌ଟେକି ଦେଉଛି। ମୋ ଆଶା ଦାନ କରିଥିବା ଏହି ପୈତୃକ ଘରେ ଏକ ଇ-ଲାଇବ୍ରେରୀ ତିଆରି କରାଯାଉ। ଯାହାକି ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଉପଯୋଗୀ ହେବ। ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ‌କେମିତି ଉପକୃତ ହେବେ ତାହାକୁ ଧ୍ୟାନରେ ରଖି ଇ-ଲାଇ‌ବ୍ରେରୀ ଗଢ଼ାଯାଉ।’

Share Now:

Kalinga News Beuro

Next Post

ଅଳିଆରେ ଭର୍ତ୍ତି ବରମୁଣ୍ଡା ଖେଳ ପଡ଼ିଆ : ଆବର୍ଜନା ଉଠାଇବ କିଏ..?

Mon Jan 29 , 2024
ଟଙ୍କା ନେଇ ପଡ଼ିଆ ସଫା କଲାନି କ୍ରୀଡ଼ା ବିଭାଗ ଖଣ୍ଡଗିରି: ଖେଳ ପାଇଁ ପଡ଼ିଆକୁ ବଞ୍ଚାଇଲୁ ଏବେ ଏହା ଇଭେଣ୍ଟ ମ୍ୟାନେଜମେଣ୍ଟ ପଡ଼ିଆରେ ପରିଣତ ହୋଇ ସାରିଛି। ଶିଶିର ସରସ ପରେ ପଡ଼ିଆ ସଫେଇ ପାଇଁ ଓରମାସ୍‌ ଠାରୁ ଟଙ୍କା ନେଇଛି କ୍ରୀଡ଼ା ବିଭାଗ କିନ୍ତୁ ୧୩ ଦିନ ପରେ ମଧ୍ୟ ପଡ଼ିଆ ସଫେଇ କରାଯାଉ ନାହିଁ। ବରଂ ଅବସ୍ଥା ଏଭଳି ହୋଇଛି ଯେ ଟୁର୍ଣ୍ଣାମେଣ୍ଟ କଥା ଦୂରେ ଥାଉ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial