ଚିନ୍ତା ବଢାଇଲା ଫାଇଜର -‘ଦି ଲାନସେଟ୍’

ଚିନ୍ତା ବଢାଇଲା ଫାଇଜର

ଫାଇଜର ନେଇଥିବା ବୟସ୍କଙ୍କୁ ନେବାକୁ ପଡିପାରେ ତୃତୀୟ ଡୋଜ୍

ନୂଆଦିଲ୍ଲୀ: ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ’ ରିପୋର୍ଟ ବଢାଇଛି ଚିନ୍ତା। ଏହି ଅନ୍ତର୍ଜାତୀୟ ପତ୍ରିକା କହିଛି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଂଟଠାରୁ ବଞ୍ଚିବା ପାଇଁ ବୟସ୍କ ଲୋକମାନଙ୍କୁ ଟିକାର ତୃତୀୟ ଡୋଜ ନେବାକୁ ପଡିପାରେ। ଲାନସେଟ୍ କେବଳ ଫାଇଜର ଟିକାର ପ୍ରଭାବକୁ ନେଇ ଏହି ଅନୁଧ୍ୟାନ କରିଛି। ରିପୋର୍ଟ ଅନୁସାରେ, ଡେଲଟା ଭାରିଆଂଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଫାଇଜର ଟିକା ଆଶାଠାରୁ କମ ପରିମାଣରେ ଆଂଟିବଡି ସୃଷ୍ଟି କରିପାରିଛି। ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁଠାରୁ ପ୍ରଥମ ଡୋଜ ଟିକା ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସୁରକ୍ଷା ଦେଇପାରିବ। ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି, ତାହା ହେଉଛି ବୟସ୍କ ଲୋକଙ୍କଠାରେ ଟିକା ନେବା ପରେ ବି କମ ପରିମାଣର ଆଂଟିବଡି ସୃଷ୍ଟି ହେଉଛି। ତେଣୁ ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଂଟ ଏବଂ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ଦେଖାଦେଇଥିବା ଭାରିଆଂଟଠାରୁ ବର୍ତ୍ତିବ ପାଇଁ ବୟସ୍କ ଲୋକଙ୍କୁ ତୃତୀୟ ଡୋଜ ନେବାକୁ ଲାନସେଟ ପରାମର୍ଶ ଦେଇଛି। ତେବେ ଲାନସେଟର ଏହି ଗବେଷଣା କେବଳ ଫାଇଜର ଭ୍ୟାକ୍ସିନ ପର୍ଯ୍ୟନ୍ତ ସୀମିତ। ଲାନସେଟର କହିବା କଥା ହେଉଛି, କରୋନା ଭୂତାଣୁ ଯେମିତି ନୂଆ ନୂଆ ରୂପ ନେଉଛି, ତେଣୁ ଟିକା ଉପରେ ଅଧିକରୁ ଅଧିକ ଗବେଷଣା ଦରକାର। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଂଟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହରାଇଦେବାର ସମ୍ଭାବନା ଅଛି ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

Share Now:

Kalinga News Beuro

Next Post

ପୋଷାକ ଦୋକାନ ସିଲ୍‌: ଲକ୍ଷେ ଟଙ୍କା ଜରିମାନା

Mon Jun 7 , 2021
ଆନନ୍ଦପୁର: ବାହାରେ ସଟର୍‌ ଭିତରେ ରଜ ଓ ସାବିତ୍ରୀପାଇଁ ଚାଲିଥିଲା ବେପାର। ଖବର ପାଇ ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରାରେ ଖୋଲିଥିବା ରାଜମନ୍ଦିର ଫେସନ ନାମକ ଏକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିବାବେଳେ ଭିତରେ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ପଶି […]
ପୋଷାକ ଦୋକାନ ସିଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial