କରୋନାଭାଇରସ୍‌ରୁ ବର୍ତ୍ତିବା ପାଇଁ ସହଜ ଉପାୟ ଜଣାଇଲେ ଡାକ୍ତର

ନୂଆଦିଲ୍ଲୀ: କେରଳ ରାଜ୍ୟରେ ଆଉ ପାଞ୍ଚଜଣ ବ୍ୟକ୍ତିଙ୍କ ଦେହରେ କରୋନାଭାଇରସ୍‌ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ରବିବାର ଦିନ କହିଛନ୍ତି। ଏହାକୁ ମିଶାଇ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କରୋନାଭାଇରସ୍‌ର ଦ୍ରୁତଗତିରେ ସଂକ୍ରମଣକୁ ଦେଖି ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏହି କ୍ରମରେ ଡାକ୍ତର କରୋନାଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ ଆଦି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ଏଭଳି ପରାମର୍ଶ ଖବରକାଗଜ, ରେଡିଓ ଓ ଟେଲିଭିଜନ୍‌ରେ ପ୍ରସାରଣ ହେବାର କିଛି ସମୟ ମଧ୍ୟରେ ଦୋକାନରୁ ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ ଆଦି ଶେଷ ହୋଇଯାଇଛି। ଲୋକଙ୍କ ସାନିଟାଇଜରର ଚାହିଦା ଏତେ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି କି ଦୋକାନରେ ଥିବା ସମସ୍ତ ଷ୍ଟକ୍‌ ଶେଷ ହୋଇ ଯାଇଛି। ଏଭଳି ପରିସ୍ଥିତିରେ ଲୋକଙ୍କ କରୋନାଭାଇରସ୍‌କୁ ନେଇ ଭୟ ଆହୁରି ବଢ଼ି ଯାଇଛି। ଏସବୁକୁ ଦୃଷ୍ଟିରେ ରଖି ଇଣ୍ଡିୟାନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ କଲେଜ ରିସର୍ଚ୍ଚର ସଂକ୍ରମଣ ରୋଗ ବିଭାଗର ପ୍ରମୁଖ ଡାକ୍ତର ରମଣ ଗଙ୍ଗାଖେଡକର କରୋନାଭାଇରସ୍‌ରୁ କିପରି ନିଜକୁ ଦୂରେଇ ରଖିବେ? ଯଦି ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ ଉପଲବ୍ଧ ହେଉନାହିଁ ତେବେ ଲୋକମାନେ କେଉଁ ଉପାୟକୁ ଆପଣାଇ ସୁସ୍ଥ ରହି ପାରିବେ ସେ ସମ୍ପର୍କରେ ଜଣାଇଛନ୍ତି। ଡାକ୍ତର ରମଣ ଗଙ୍ଗାଖେଡକରଙ୍କ କହିବାନୁସାରେ, ସାନିଟାଇଜର ସ୍ଥାନରେ କରୋନାରୁ ବର୍ତ୍ତିବା ପାଇଁ ଲୋକମାନେ ସାବୁନ୍‌ ବ୍ୟବହାର କରି ପାରିବେ। ସାବୁନ ତିଆରି କରିବା ପାଇଁ ଯେଉଁ ସବୁ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହୋଇଥାଏ। ତାହା ସାନିଟାଇଜରରେ ବି ରହିଥାଏ। ତେବେ ବାହାରକୁ ଯାଇଥିବା ସମୟରେ ଯଦି ଆପଣଙ୍କ ପାଖରେ ସାବୁନ୍‌ କିମ୍ବା ସାନିଟାଇଜର ନାହିଁ ତେବେ ଭୟଭୀତ ହୁଅନ୍ତୁ ନାହିଁ। ସାବଧାନତା ଅବଲମ୍ବନ କରି ଯେଉଁ ସ୍ଥାନ ବା ସାମଗ୍ରୀ ସମସ୍ତଙ୍କ ସ୍ପର୍ଶରେ ଆସୁଛି (ଉଦାହରଣ ସ୍ୱରୂପ- ବସ୍‌ ସିଟ୍‌, ଟ୍ରେନ୍‌ରେ ଛିଡା ହୋଇ ଯାଉଥିବା ଯାତ୍ରୀଙ୍କ ପାଇଁ ମୁଣ୍ଡ ଉପରେ ଥିବା ହ୍ୟାଣ୍ଡେଲ୍‌, ଅନ୍ୟର ପେନ୍‌, ଶିଢ଼ି ରେଲିଂ) ସେଥିରୁ ନିଜକୁ ଦୂରେଇ ରଖନ୍ତୁ।
ଏହା ସତ୍ତ୍ୱେ ବି ଯଦି ଆପଣ ଜନସାଧାରଣ ସ୍ପର୍ଶ କରିଲା ଭଳି ସ୍ଥାନ/ସାମଗ୍ରୀକୁ ଛୁଇଁ ଦେଉଛନ୍ତି ତେବେ ମନେ ରଖନ୍ତୁ ହାତ ପରିସ୍କାର ନକରିଲା ପର୍ଯ୍ୟନ୍ତ ତାକୁ ମୁହଁ ଓ ନାକ ଆଦି ଅଙ୍ଗରେ ଲଗାନ୍ତୁ ନାହିଁ। ଆମେ ସମସ୍ତେ ଭୟଭୀତ ନହୋଇ ସଚେତନ ହୋଇ ପରିଷ୍କାର ପରିଚ୍ଛନ ରହିଲେ କରୋନାଭାଇରସ୍‌କୁ ନିଶ୍ଚୟ ଦୂରେଇ ଦେଇ ପାରିବା ବୋଲି ଡାକ୍ତର କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ୟେସ୍‌ ବ୍ୟାଙ୍କ୍‌ ମାମଲା: ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ୭ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ

Mon Mar 9 , 2020
ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ସୋମବାର ଦିନ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି। ମୁମ୍ବାଇଠାରେ ଡିଏଚ୍‌ଏଫ୍‌ଏଲ୍‌, ଆର୍‌କେଡବ୍ଲୁ ଡେଭ୍‌ଲପର୍ସ ଏବଂ ଡୁଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି କମ୍ପାନିର ମାଲିକାନା ସହ ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଓ ପ୍ରତିଷ୍ଠାତା ରାଣା କପୁରଙ୍କ ବାସଭବନରେ ଚଢ଼ାଉ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଡିଏଚ୍‌ଏଫ୍‌ଏଲ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial