ପୂରା ପରିବାର ସହ ଅଯୋଧ୍ୟାରେ ଅମ୍ବାନୀ : ରାମ ମନ୍ଦିର ଟ୍ରଷ୍ଟ୍‌କୁ ୨.୫୧ କୋଟି ଦାନ କଲେ

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା ସୁରକ୍ଷାର ସହ ବିମାନବନ୍ଦରରୁ ଯାଇ ମନ୍ଦିରରେ ପହଞ୍ଚିଥିଲେ। ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ୱାଇଁ ଆନନ୍ଦ ପରିମଲ, ପୁଅ ଆକାଶ ଓ ଅନନ୍ତ ଅମ୍ବାନୀ ଓ ବୋହୂ ‌ଶ୍ଳୋକା ମେହେଟା ଉପସ୍ଥିତ ଥିଲେ। ପୂରା ପରିବାର ଭଗବାନ ରାମଙ୍କ ଦର୍ଶନ କରିଛନ୍ତି। ମୁକେଶଙ୍କ ପରିବାରକୁ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି। ଆପଣ ଜାଣନ୍ତି କି ରାମ ମନ୍ଦିର ଟ୍ରଷ୍ଟ୍‌କୁ କେତେ ଟଙ୍କା ଦେଇଛନ୍ତି ଅମ୍ବାନୀ? ପୂରା ପରିବାର ପକ୍ଷରୁ ଅମ୍ବାନୀ ରାମ ମନ୍ଦିର ଟ୍ରଷ୍ଟ୍‌କୁ ୨.୫୧ କୋଟି ଟଙ୍କା ଦାନ କରିଛନ୍ତି।
କେବଳ ମୁକେଶ ନୁହଁନ୍ତି, ତାଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କୁ ବି ଅ‌ଯୋଧ୍ୟା ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ଉତ୍ସବ ପାଇଁ ଅଯୋଧ୍ୟାକୁ ପୂରା ଭବ୍ୟ ତରିକାରେ ସଜା ଯାଇଥିଲା। ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଲମା ବିର୍ଲାଙ୍କୁ ମଧ୍ୟ ତାଙ୍କ ଝିଅ ସହ ସେଠାକୁ ଯାଇଥିବାର ଦେଖିବାକୁ ମିଳିଥିଲା। କେବଳ ଶିଳ୍ପପତି ନୁହଁନ୍ତି, ରାମଙ୍କ ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ବଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ, ଅକ୍ଷୟ କୁମାରଙ୍କ ବ୍ୟତୀତ ଆହୁରି ଅନେକ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

Share Now:

Kalinga News Beuro

Next Post

ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇ ଗିରଫ

Tue Jan 23 , 2024
ରାଉରକେଲା: ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ମୁନ୍ନା ସାହୁ(୩୪) ଏବଂ ମହମ୍ମଦ ତମାସ। ଉଭୟଙ୍କ ଘର ରାଉରକେଲାରେ। ଏମାନେ ରାଉରକେଲା ସେକ୍ଟର-୨ ବସଷ୍ଟାଣ୍ଡ ଆଡ଼କୁ ଏକ ବାଇକ୍ ଯୋଗେ ୧୦ଟି ଜଙ୍ଗଲୀ ଶୁଆ ଧରି ଯାଉଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଉଭୟଙ୍କୁ ଧରିଥିଲେ। ଘଟଣାସ୍ଥଳରୁ ୧୦ଟି ଜଙ୍ଗଲୀ ଶୁଆ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କ ଭଡ଼ା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial