ଆତଙ୍କିତ ଅବସ୍ଥାରେ ପାକିସ୍ତାନୀ ହିନ୍ଦୁ : କୋର୍ଟ ଆଗରୁ ଯୁବତୀକୁ ବଳପୂର୍ବକ ଅପହରଣ

ଆତଙ୍କରେ ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ : ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଶ୍ବାସନା ସତ୍ତ୍ବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କୌଣସି ଲଗାମ ଲଗାଯାଇପାରୁ ନାହିଁ। ନିକଟରେ ପାକିସ୍ତାନର ସିନ୍ଧ ପ୍ରଦେଶର ଉମରକୋଟଠାରେ କେତେକ ଲୋକ ଜଣେ ହିନ୍ଦୁ ଯୁବତୀକୁ ଜବରଦସ୍ତ ଘରୁ ଟାଣି ନେଇ ଏକ କାରରେ ବସାଇ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ତାର ଧର୍ମାନ୍ତରୀକରଣ କରି ଅପହରଣକାରୀ ସହ ତାକୁ ବଳପୂର୍ବକ ବିବାହ କରାଇଦେଇଥିଲେ। ଦୁର୍ଭାଗ୍ୟଜନକ ହେଉଛି ଉମରକୋଟ ସେସନ୍ସ କୋର୍ଟ ଆଗରେ ଏହି ଦୁର୍ବୃତ୍ତମାନେ ଉକ୍ତ ଯୁବତୀକୁ ବଳପୂର୍ବକ ଅପହରଣ କରୁଥିବାବେଳେ ସହାୟତା ପାଇଁ କେହି ଆଗକୁ ଆସିଲେ ନାହିଁ। ବିଜେପି ନେତା ମନିନ୍ଦର ସିଂ ସିରସା ଏ ନେଇ ଏକ ଭିଡିଓ ଟୁଇଟ କରିବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି। ନିଜର ଟୁଇଟରେ ସେ ଇମ୍ରାନ ଖାଁ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଟାଗ କରିଛନ୍ତି। ଦୁଇଦିନ ତଳେ ପାକି­ସ୍ତାନର କରାଚୀଠାରେ କେତେକ ଦୁର୍ବୃତ୍ତ ଏକ ଦୁର୍ଗା ମନ୍ଦିରରେ ପ୍ରବେଶ କରି ଦେବୀପ୍ରତିମାକୁ ଭାଙ୍ଗିଦେଇଥିଲା।

Share Now:

Kalinga News Beuro

Next Post

ସୁମିତ-ତପସ୍ବିନୀ ମାମଲା : ରାଜଭବନରୁ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ

Wed Dec 22 , 2021
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ୍‌-ତପସ୍ବିନୀ ମାମଲାର ସମାଧାନ ବାଟ ଫିଟୁ ନାହିଁ। ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ଗତମାସ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖିଥିଲେ। ଏହି ମାମଲାର ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ଜାରି କରାଯାଇଛି। ଘଟଣାର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି। ତପସ୍ବିନୀ ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ବାରଣ୍ଡାରେ ଧାରଣା ଜାରି କରିଛନ୍ତି। […]
ସୁମିତ-ତପସ୍ବିନୀ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial