ଆୟକର ରିଟର୍ଣ୍ଣ ପାଇଁ ଆସିବ ଗୋଟିଏ ଫର୍ମ

ଆୟକର ରିଟର୍ଣ୍ଣ ପାଇଁ ଆସିବ ଗୋଟିଏ ଫର୍ମ

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ଫାଇଲ କରିବା ପ୍ରକ୍ରିୟାକୁ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧିନସ୍ଥ ଆୟକର ବିଭାଗ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି। ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଭିନ୍ନ ଭିନ୍ନ ଫର୍ମ ବଦଳରେ ଗୋଟିଏ ଫର୍ମ ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସବୁ ପକ୍ଷ ଓ ଲୋକମାନଙ୍କ ମତାମତ ଆହ୍ୱାନ କରାଯାଇଛି। ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଲୋକମାନେ ଏ ପ୍ରସଙ୍ଗରେ ନିଜର ମତାମତ ଦେଇପାରିବେ। ପ୍ରସ୍ତାବିତ ନୂଆ ଫର୍ମରେ ଭର୍ଚୁଆଲ ଡିଜିଟାଲ ଆସେଟ୍ (କ୍ରିପ୍ଟୋକରେନ୍ସି ଇତ୍ୟାଦି) ସଂପର୍କରେ ସୂଚନା ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିବ। ଟ୍ରଷ୍ଟ ଓ ଅଣ-ଲାଭକାରୀ ସଂସ୍ଥା (ଏନଜିଓ)ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଟିକସଦାତାମାନେ ଏହି ଫର୍ମ ବ୍ୟବହାର କରି ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ। ଏବେ ଆୟକର ରିଟର୍ଣ୍ଣ ପାଇଁ ୭ଟି ଭିନ୍ନ ଭିନ୍ନ ପ୍ରକାରର ପର୍ମ ବ୍ୟବହାର କରିବାକୁ ପଡ଼ୁଛି। ଆଇଟିଆର ଫର୍ମ-୧ (ସହଜ) ଓ ଆଇଟିଆର ଫର୍ମ-୪ (ସୁଗମ) ମାଧ୍ୟମରେ ଅଧିକାଂଶ ଛୋଟ ଓ ମଧ୍ୟ ଧରଣର ଟିକସଦାତାମାନେ ଆୟକର ଦେଇପାରୁଛନ୍ତି। ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକରୁଥିବା ବ୍ୟକ୍ତି, ହିନ୍ଦୁ ଅବିଭାଜିତ ପରିବାର, ବ୍ୟବସାୟ ଆଇଟିଆର ଫର୍ମ-୪ ବ୍ୟବହାର କରିଥାନ୍ତି। ସେହିପରି ଆବାସିକ ସଂପତ୍ତିରୁ ଆୟ କରୁଥିବା ବ୍ୟକ୍ତିମାନେ ଆଇଟିଆର-୨, ବ୍ୟବସାୟ ଓ ପେସାରୁ ଆୟକରୁଥିବା ବ୍ୟକ୍ତିମାନେ ଆଇଟିଆର-୩, ଏଲଏଲପି ମାନେ ଆଇଟିଆର-୫, ବ୍ୟବସାୟ ମାନେ ଆଇଟିଆର-୬ ଓ ଟ୍ରଷ୍ଟମାନେ ଆଇଟିଆର-୭ ବ୍ୟବହାର କରିଥାନ୍ତି।

Share Now:

Kalinga News Beuro

Next Post

ଲୁଚକାଳି ଖେଳ ପାଇଁ ଚାଲିଗଲା ବାଳିକାଙ୍କ ଜୀବନ

Tue Nov 1 , 2022
ମୁମ୍ବାଇ: ଏକ ଲିଫ୍‌ଟରେ ଲୁଚକାଳି ଖେଳୁଥିବା ବେଳେ ମୁମ୍ବାଇର ମନ୍‌ଖୁର୍ଡରେ ଜନୈକା ୧୬ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ରେଶମା ଖରାଭି ନାମ୍ନୀ ଏହି ବାଳିକା ଜଣକ ତାଙ୍କ ଜେଜେମା’ଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଝିଅଟି ସେଠାରେ ତା’ ସାଙ୍ଗମାନଙ୍କ ସହ ଲୁଚକାଳି ଖେଳୁଥିଲା। ଖେଳର ଏକ ଅଂଶ ଭାବରେ ନିକଟରେ ଲୁଚି ରହିଥିବା ତାଙ୍କ ସାଙ୍ଗମାନଙ୍କୁ ଖୋଜିବା ପାଇଁ ତା’ର ପାଳି ଥିଲା। […]
ଲୁଚକାଳି ଖେଳ ହେଲା କାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial