ଭାରତ ଆଗରେ ମୁଣ୍ଡ ନୂଆଇଁଲା ଚୀନ

ଭାରତର ଆଗରେ ହାର ମାନିଲା ଚୀନ

ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା

ନୂଆଦିଲ୍ଲୀ: ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ। ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି। ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ଗତ ଜୁନ୍ ମାସରୁ ଏଲଏସିରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି କିପରି କମ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରିବା ପାର୍ଇ ସୋମବାର ଏନେଇ ଆରମ୍ଭ ହୋଇଥିବା ବୈଠକ। ସୋମବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା। ଦୁଇ ଦେଶ ଆଗୁଆ ମୋର୍ଚା ଗୁଡିକୁ ଆଉ ଅଧିକ ସୈନ୍ୟ ବଳ ପଠାଇବେ ନାହିଁ ବୋଲି ଏହି ବୈଠକରେ ଭାରତ ସହିତ ସହମତ ହୋଇଛି ଚୀନ୍।

ବର୍ତ୍ତମାନ ଲଦାଖର ଏଲଏସିରେ ଫିଙ୍ଗର ୪ର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକରେ ଭାରତୀୟ ସେନା କବଜା କରି ସାରିଛି। ଉଚ୍ଚ ଘାଟି ଗୁଡିକରେ ଭାରତୀୟ ସେନା ପହଞ୍ଚିବା ପରେ ପ୍ରକୃତରେ ଏଲଏସିରେ ଚୀନ ପାଇଁ ସ୍ଥିତି ଅଡୁଆ ହୋଇଛି। ଏହାରି ମଧ୍ୟରେ ବାରମ୍ବାର ଏଲଏସିରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଆସୁଛି। ଏହାରିି ଭିତରେ ଆଗକୁ ଶୀତ ଆସୁଥିବା ବେଳେ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଭାରତ ଅସ୍ତ୍ରଶସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ୍ କରି ସାରିଛି। ଏଲଏସିରେ ଚୀନର ଚାଲ୍ କାମ ଦେଉନଥିବାରୁ ଏବେ ଚୀନ୍ , ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଆଉ ସୈନ୍ୟ ବଳ ନ ବଢାଇବାକୁ ରାଜି ହୋଇଛି। ତେବେ ଚୀନ୍ ଏହି ନିଷ୍ପତିକୁ କେତେ ଦୂର ପାଳନ କରୁଛି ତାହା ଉପରେ ରହିଛି ନଜର। ଖୁବଶୀଘ୍ର ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ହେବା ନେଇ ସୀମା ଶାନ୍ତି ଆଲୋଚନା ଆଗକୁ ବଢାଇବାକୁ ମଧ୍ୟ ବୈଠକରେ ସହମତି ହୋଇଥିବା ନେଇ ଚୀନ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରୁ ଆଜି ୩୦୧ କରୋନା ପିଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୩୯୨ ଜଣ ଆକ୍ରାନ୍ତ

Wed Sep 23 , 2020
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରେ ସଙ୍ଗରୋଧରୁ ୮୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଙ୍ଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁବନେଶ୍ୱରରରୁ ଆଜି ୩୯୨ […]
ରାଜଧାନୀରୁ ଆଜି ୩୦୧ କରୋନା ପିଜିଟିଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial