ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରେ ସଙ୍ଗରୋଧରୁ ୮୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଙ୍ଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁବନେଶ୍ୱରରରୁ ଆଜି ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୯ ହଜାର ୫୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୫ ହଜାର ୭୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଏବେବି ୩ ହଜାର ୭୧୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୭୩ ଜଣଙ୍କର ପ୍ରାଣହାନୀ ଘଟିଛି। ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୨ ଜଣ, ଡୁମଡୁମାରୁ ୧୦ ଜଣ, ପଟିଆରୁ ୯ ଜଣ, ଶୈଳଶ୍ରୀ ବିହାରରୁ ୭ ଜଣ, ଭିଏସଏସ ନଗର, କଳିଙ୍ଗନଗର, ନିଳାଦ୍ରୀ ବିହାର, ପୁରୁଣା ଭୁବନେଶ୍ୱର, ବମିଖାଲ ରୁ ୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଝାରପଡ଼ାରୁ ୮ ଜଣ, ଡମଣା, ମଂଚେଶ୍ୱରରୁ ୫ ଜଣ ଲେଖାଏଁ, ବିଜେବି ନଗର, ସାମନ୍ତରାପୁର, ପୋଖରିପୁଟ, ପ୍ରଶାନ୍ତିବିହାରରୁ ୪-୪ ଜଣ, ପଳାଶୁଣୀ, ଟଙ୍କପାଣିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବିଗତ ଏକ ସପ୍ତାହ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପୂର୍ବାପେକ୍ଷା କରୋନା ପଜିଟିଭ ହ୍ରାସ ପାଇବାରେ ଲାଗିଛି।
ରାଜଧାନୀରୁ ଆଜି ୩୦୧ କରୋନା ପିଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୩୯୨ ଜଣ ଆକ୍ରାନ୍ତ

Share Now: