ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍‌

ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ନୂଆପଲ୍ଲୀସ୍ଥିତ ଗଣପତି ବସ୍ତିକୁ ବିଏମ୍‌ସି ଆଜି କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧାଞ୍ଚଳ) ଘୋଷଣା କରିଛି। ଏଠାରେ ଆଜି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ କିଛି ଦିନ ତଳେ ଜଣେ ଗର୍ଭବତୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ପରିବାର ଲୋକ ଓ ପଡ଼ୋଶୀଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଏଥିରୁ ଆଜି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬ଜଣ ପୁରୁଷ ଥିବାବେଳେ ୮ଜଣ ମହିଳା ଅଛନ୍ତି। ବସ୍ତିର ୬ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୬୫ବର୍ଷ, ୩୭ବର୍ଷ, ୫୫ବର୍ଷ, ୫୬ବର୍ଷ, ୫୮ବର୍ଷ, ୪୬ବର୍ଷ। ସେହିପରି ୮ଜଣ ମହିଳାଙ୍କର ବୟସ ହେଉଛି ୪୦ବର୍ଷ, ୨୮ବର୍ଷ, ୩୨ବର୍ଷ, ୬୦ବର୍ଷ, ୨୩ବର୍ଷ, ୪୫ବର୍ଷ, ୨୯ବର୍ଷ ଓ ୨୪ବର୍ଷ। ଆକ୍ରାନ୍ତଙ୍କ ମଧ୍ୟରେ ଗର୍ଭବତୀ ମହିଳାଙ୍କ ପରିବାର ଲୋକଙ୍କ ସମେତ ପାଖ ଅଞ୍ଚଳର ଲୋକ ଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣର ଭୟ ରହିଛି। ତେଣୁ ବିଏମ୍‌ସି ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।
ବିଏମ୍‌ସି ସୂଚନା ଅନୁଯାୟୀ, ଗଣପତି ବସ୍ତିର ବୈରାଗୀ ଚରଣ ମିସନରୁ ତାରିଣୀ ମନ୍ଦିର, ତାରିଣୀ ମନ୍ଦିରରୁ ଅନ୍ନପୂର୍ଣ୍ଣା ମଣ୍ଡପ ଭାୟା ହାଟ, ଅନ୍ନପୂର୍ଣ୍ଣା ମଣ୍ଡପରୁ ବୈରାଗୀ ଚରଣ ମିସନ୍ ଭାୟା ପ୍ଲଟ୍‌ ନଂ ଏନ୍‌୬/୨ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। ଏଠାରୁ ଯେପରି ଲୋକମାନେ ବାହାରକୁ ବାହାରିବେନି କି କୌଣସି ପ୍ରକାରର ସାମଗ୍ରୀ ପାଇବାରେ ଅସୁବିଧା ହେବନି ସେଥିପାଇଁ ବିଏମ୍‌ସି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇବ। ଲୋକମାନେ ୧୯୨୯ ନମ୍ବରରେ ଫୋନ୍‌ କରିବେ। ସେହିପରି ଏହି ଆବଦ୍ଧାଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏବେ ଏହି ଅଞ୍ଚଳରେ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର୍ କରାଯିବା ସହ ଆବଦ୍ଧାଞ୍ଚଳର ସମସ୍ତଙ୍କର କରୋନା ପରୀକ୍ଷା ହେବ।

Share Now:

Kalinga News Beuro

Next Post

କରୋନା ମହାମାରୀ ସମୟରେ ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ କଲେଜ ଛାତ୍ରୀ

Thu Jul 23 , 2020
ପାଳଲହଡ଼ା : ମହାମାରୀ କରୋନା ଯୋଗୁଁ ପାଖାପାଖି ୪ ମାସ ହେଲା ସ୍କୁଲ୍‌ ବନ୍ଦ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପାଳଲହଡ଼ା ବ୍ଲକ୍‌ରେ ଏହାର ସୁଫଳ ମିଳୁନାହିଁ। କାରଣ ଆଦିବାସୀ ବହୁଳ ଏହି ବ୍ଲକ୍‌ର ଅନେକ ଲୋକ ଗରିବ। ଆଣ୍ଡ୍ରଏଡ଼୍‌ ଫୋନ୍‌ କିଣିବା ପାଇଁ ସେମାନଙ୍କର ସମ୍ବଳ ନାହିଁ। ଅନେକ ସ୍ଥାନରେ ମୋବାଇଲ୍‌ ନେଟୱର୍କ ବି ଆସୁନାହିଁ। ପିଲାମାନଙ୍କ ପାଠପଢ଼ା […]
ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ ଛାତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial