ଅନ୍ୟ ରାଜ୍ୟ ଫେରନ୍ତା ଓ ମୌସୁମୀ ବଢାଇପାରେ ସଂକ୍ରମଣ:ସତର୍କ ସରକାର

ଭୁବନେଶ୍ୱର: ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି। ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା। କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ୍ ମାସରେ ଅଧିକ ସତର୍କତା ଜରୁରୀ। କାରଣ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଫେରୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବ। ଏଥିସହ ଆଗକୁ ମୌସୁମୀ ଆସୁଥିବାରୁ ଏହା କରୋନା ଭୂତାଣୁକୁ ଆହୁରି ସକ୍ରିୟ କରିପାରେ। ଏହି କାରଣରୁ ଜୁନ୍ ମାସଟିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିନ୍ତା କରୁଛନ୍ତି ସରକାର। ବର୍ତ୍ତମାନ ଆମ ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ୯୫ ପ୍ରତିଶତ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହଟ ହେଉଛନ୍ତି। ତେଣୁ ପ୍ରବାସୀଙ୍କ ସଂଖ୍ୟା ଯେତେ ବଢିବ ଆକ୍ରାନ୍ତଙ୍କ ସଂଖ୍ୟା ସେତିକି ବଢିବ। ସୋମବାର ସୁଦ୍ଧା ଓଡିଶାକୁ ୪ଲକ୍ଷ ୨୬ ହଜାର ପ୍ରବାସୀ ଫେରିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବଢିପାରେ। ଜୁନ୍ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ। ଗୋଟିଏ ପଟେ ବହୁ ସଂଖ୍ୟାରେ ପ୍ରବାସୀ ଥିବେ। ଆଉ ଗୋଟିଏ ପଟେ ମୌସୁମୀ କରୋନା ଭୂତାଣୁକୁ ଆହୁରି ସକ୍ରିୟ କରିବାରେ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇପାରେ। ମଙ୍ଗଳବାର ଓଡିଶାରେ ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ସ୍ଥାନୀୟ ଲୋକ ଅଛନ୍ତି। ଅର୍ଥାତ୍ ସେମାନେ ବାହାରୁ ଆସିନାହାନ୍ତି କିମ୍ବା ସେମାନେ ସଂଗରୋଧ କେନ୍ଦ୍ରରେ ନଥିଲେ। ଏମାନଙ୍କ ବିଷୟରେ ସରକାର ବିଶେଷ ତଥ୍ୟ ମଧ୍ୟ ଦେଇନାହାନ୍ତି। ଏହାର ଅର୍ଥ ହୋଇପାରେ ସେମାନେ କେମିତି ସଂକ୍ରମିତ ହୋଇଛନ୍ତି ସେବିଷୟରେ ସବିଶେଷ ତଥ୍ୟ ମିଳିପାରିନାହିଁ। ଯଦିଓ ଆମ ଦେଶରେ କିମ୍ବା ଓଡିଶାରେ ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ଠୋସ୍ ତଥ୍ୟ ମିଳିନାହିଁ, କିନ୍ତୁ ସତର୍କ ନହେଲେ ସଂକ୍ରମଣ ବଢିଯାଇପାରେ। ଓଡିଶା ସରକାର ଜୁନ୍ ମାସରେ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଅନେକ କଟକଣା ଲଗାଇଛନ୍ତି। ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ କଟକଣାକୁ ଜୁନ୍ ୩୦ ଯାଏ ବଳବତ୍ତର ରଖିଛନ୍ତି। ଏହାଦ୍ୱାରା ଅନେକ ଲୋକ ଆର୍ଥିକ ସଂକଟର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ଯଦି ଏହି ୨୧ ଦିନ ପରେ ବିପଦ କମିବ ହୁଏତ ସରକାରଙ୍କ ଏହି କଟକଣାକୁ ଗ୍ରହଣ କରିବା ପାଇଁ ଅନେକ ରାଜି ହୋଇପାରନ୍ତି।

Share Now:

Kalinga News Beuro

Next Post

ଆସନ୍ତାକାଲି ଚନ୍ଦ୍ରଗ୍ରହଣ: ଏହି ସବୁ ଦେଶରେ ନଜର ଆସିବ ମହାଜାଗତିକ ଦୃଶ୍ୟ, ରାତି ୧୧ଟା ୧୫ରୁ ଗ୍ରହଣ ଆରମ୍ଭ

Thu Jun 4 , 2020
ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଆମେ ୨୦୨୦ର ପ୍ରଥମ ଚନ୍ଦ୍ରଗ୍ରହଣର ଦେଖିଥିଲେ। ଏବେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଜୁନ୍ ୫ରୁ ଜୁନ୍ ୬ ମଧ୍ୟରେ ଦେଖିବାକୁ ମିଳିବ। ପ୍ରଥମ ଚନ୍ଦ୍ରଗ୍ରହଣ ପରି ଦ୍ଵିତୀୟ ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଯାହାକୁ ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ପାର୍ଥକ୍ୟ କରିବା କଷ୍ଟକର ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଛାୟାର ଦୁର୍ବଳ ବାହ୍ୟ ଅଂଶ ଦେଇ ଗତି କରେ ସେତେବେଳେ ଏଭଳି ଘଟେ। ତେବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial