ଊହାନ୍‌ ପରୀକ୍ଷାଗାରରୁ କରୋନାଭାଇରସର ସୃଷ୍ଟି : ପ୍ରମାଣ ରଖିଥିବା ଦାବି କଲେ ଚୀନ୍ ଭୂତାଣୁବିତ୍

କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି

ନୂଆଦିଲ୍ଲୀ: କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଥିବା କଥା ଚୀନ୍‌ର ଜଣେ ଭୂତାଣୁବିତ୍ କହିଛନ୍ତି। ତାଙ୍କ ପାଖରେ ଏହାର ପ୍ରମାଣ ଅଛି ବୋଲି ମଧ୍ୟ ସେ ଦାବି କରିଛନ୍ତି। ଲି-ମେଙ୍ଗ୍ ୟାନ୍ ନାମ୍ନୀ ସେ ଭୂତାଣୁବିତ୍ ଏହି ଗୁପ୍ତ ତଥ୍ୟ ପ୍ରଘଟ କରିବା ପରେ ପରେ ଚୀନ୍‌ରୁ ଖସି ପଳାଇଥିଲେ। ସେ ଦାବି କରିଛନ୍ତି ଯେ, ମାରାତ୍ମକ କରୋନାଭାଇରସ୍ ଆମିଷ ବଜାର ନୁହେଁ, ଊହାନ୍ ସହରରେ ଥିବା ଭାଇରୋଲୋଜି ଲ୍ୟାବ୍‌ରେ ତିଆରି ହୋଇଥିବା ପ୍ରମାଣ ସେ ରଖିଛନ୍ତି। ୟୁ ଟ୍ୟୁବ୍‌ରେ ରିଲିଜ୍ ହୋଇଥିବା ଭିଡିଓରେ ସେ କହିଛନ୍ତି ଯେ, ଏହାର ଜେନୋମ୍ ଅନୁକ୍ରମ ମାନବର ଟିପଚିହ୍ନ ପରି।

ଲି-ମେଙ୍ଗ୍ ୟାନ୍ ଚୀନ୍‌ ସରକାରଙ୍କ ଏହି ଗୋପନ କଥା ପ୍ରଘଟ କରିବା ସମୟରେ ହଙ୍ଗ୍‌କଙ୍ଗ୍‌ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରେ ଜଣେ ବୈଜ୍ଞାନିକା ଭାବେ କାର୍ଯ୍ୟରତ ଥିଲେ ବୋଲି ‘ଆଇଟିଭି’ର ‘ଲୁଜ୍ ୱିମିନ୍’ କହିଛି। ଲି ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ସର୍ବସାଧାରଣାଙ୍କୁ ସତର୍କ କରାଇବା ପୂର୍ବରୁ ଚୀନ୍ ସରକାର ଭୂତାଣୁ ସଂକ୍ରମଣ କଥା ଜାଣିଥିଲେ। ଲି କହନ୍ତି, ନିଜ ସୁରକ୍ଷା ନିମନ୍ତେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲିଆସିଥିଲେ। ଏବେ ସେ ଏହି ଗୁପ୍ତ କଥାକୁ ସମଗ୍ର ବିଶ୍ବରେ ପ୍ରଚାର କରିବେ ବୋଲି ବଦ୍ଧପରିକର। କୌଣସି ଏକ ଗୁପ୍ତ ସ୍ଥାନରୁ ସେ ‘ଲୁଜ୍‌ ୱିମିନ୍’ ଆଲୋଚନାରେ ଯୋଗ ଦେଇ କହିଥିଲେ, ହଙ୍ଗ୍‌କଙ୍ଗ୍‌ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରେ କାମ କରିବା ସମୟରେ ଡିସେମ୍ବର ୩୧ ତାରିଖରେ ଊହାନ୍‌ରେ ବ୍ୟାପୀଥିବା ‘ସାର୍ସ ଭଳି ଭାଇରସ୍’ ଉପରେ ତଦନ୍ତ କରିବାକୁ ପ୍ରଥମେ ତାଙ୍କ ସୁପରଭାଇଜର୍ ତାଙ୍କୁ କହିଥିଲେ। କିନ୍ତୁ, ପରେ ଲି’ଙ୍କ ଗବେଷଣାକୁ ପ୍ରକାଶ କରାଇ ଦିଆଯାଇ ନ ଥିଲା ଏବଂ ନିରବ ରହିବାକୁ କୁହାଯାଇଥିଲା। ଏକ ଆଲେଖ୍ୟରେ ଲି କହିଛନ୍ତି, ଏହି ତଦନ୍ତ ରିପୋର୍ଟ ଆଧାରରେ ଆପଣମାନେ ପ୍ରକୃତ ବିଷୟ ଜାଣିପାରିବେ। ଚୀନ୍‌ ଲ୍ୟାବ୍‌ରୁ ଏହି ଭୂତାଣୁ କିପରି ଆସିଛି ଲୋକମାନଙ୍କୁ ଜଣାଇବାକୁ ମୁଁ ଏହି ପ୍ରମାଣକୁ ବ୍ୟବହାର କରିବି। ଜୀବ ବିଜ୍ଞାନରେ ଜ୍ଞାନ ନ ଥିବା ଲୋକେ ବି ଏହାକୁ ପଢ଼ି ପାରିବେ ଏବଂ ନିଜେ ଯାଞ୍ଚ କରି ଚିହ୍ନଟ କରିବା ସହ ପାର୍ଥକ୍ୟ ଜାଣିପାରିବ‌େ।

Share Now:

Kalinga News Beuro

Next Post

ସରକାରୀ ଉଦାସୀନତାର ନୂଆ ଫର୍ଦ୍ଦ : ଅସ୍ତିତ୍ବ ହରାଉଛି ଦେଶର ଦ୍ବିତୀୟ ବୃହତ୍‌ ଦୁର୍ଗ ଚୂଡ଼ଙ୍ଗଗଡ଼

Mon Sep 14 , 2020
ଉଜାଡି ଦେଲେ ସରକାରୀ ବାବୁ,୫୩ ଲକ୍ଷ ମଞ୍ଜୁର ପରେ ବି ରକ୍ଷଣାବେକ୍ଷଣ ହୋଇପାରିଲାନି ଭୁବନେଶ୍ବର: ଜନବସତିର ଆଢ଼ୁଆଳରେ ଲିଭି ଯାଉଛି ଚୂଡ଼ଙ୍ଗଗଡ଼ର ପଦଚିହ୍ନ। ମାଟିରେ ଲୋଟି ଗଲାଣି ଷୋଳପୁର ଉଆସ। ହଜିଗଲାଣି ମଧ୍ୟଯୁଗୀୟ ଓଡ଼ିଶାର ସାମରିକ ପ୍ରାଣକେନ୍ଦ୍ର। ନା ସେ ଜଙ୍ଗଲ, ପାହାଡ଼ଘେରା ପରିବେଶ ଅଛି ନା ବିସ୍ତୃତ ଜଳରାଶି ଓ ସୁଉଚ୍ଚ ପ୍ରାଚୀର ଶୋଭା ପାଉଛି। ବରଂ ସରକାରୀ ଉଦାସୀନତା ଯୋଗୁଁ ନିଶ୍ଚିହ୍ନ ହେବାକୁ ବସିଲାଣି ଏହି ବୃହତ୍‌ […]
ଉଜାଡ଼ିଦେଲେ ଚୂଡ଼ଙ୍ଗଗଡ଼

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial