ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଆମେ ୨୦୨୦ର ପ୍ରଥମ ଚନ୍ଦ୍ରଗ୍ରହଣର ଦେଖିଥିଲେ। ଏବେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଜୁନ୍ ୫ରୁ ଜୁନ୍ ୬ ମଧ୍ୟରେ ଦେଖିବାକୁ ମିଳିବ। ପ୍ରଥମ ଚନ୍ଦ୍ରଗ୍ରହଣ ପରି ଦ୍ଵିତୀୟ ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଯାହାକୁ ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ପାର୍ଥକ୍ୟ କରିବା କଷ୍ଟକର ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଛାୟାର ଦୁର୍ବଳ ବାହ୍ୟ ଅଂଶ ଦେଇ ଗତି କରେ ସେତେବେଳେ ଏଭଳି ଘଟେ। ତେବେ ଜୁନ ମାସରେ ହେଉଥିବା ପୂର୍ଣ୍ଣିମାକୁ ‘ଷ୍ଟ୍ରବେରୀ ମୁନ’ ବୋଲି ମଧ୍ୟ କୁହାଯାଏ। କାରଣ ଜୁନରେ ଉତ୍ତର-ପୂର୍ବ ଯୁକ୍ତରାଷ୍ଟ୍ରରେ କ୍ଷୁଦ୍ର ଷ୍ଟ୍ରବେରୀ ଋତୁ ଆରମ୍ଭ ହୋଇଥାଏ, ତେଣୁ ଏହି ମାସର ପୂର୍ଣ୍ଣିମାର ନାମ ‘ଷ୍ଟ୍ରବେରୀ ମୁନ’ ବୋଲି ରଖାଯାଇଛି। ଜୁନ୍ ପରି, ଜୁଲାଇର ପୂର୍ଣ୍ଣିମାକୁ ‘ଥଣ୍ଡର ମୁନ’ କୁହାଯାଏ, କାରଣ ବର୍ଷର ଏହି ସମୟରେ ବାରମ୍ବାର ବଜ୍ରପାତ ହୋଇଥାଏ। ମିଳିଥିବା ସୂଚନା ମୁତାବକ, ଜୁନ୍ ମାସର ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ଆଫ୍ରିକାରେ ଦେଖାଦେଇପାରେ। ଶୁକ୍ରବାର ରାତି ୧୧:୧୫ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୩୪ମିନିଟରେ ସର୍ବ ମୋକ୍ଷ ହେବ। ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମିଂ ଅନୁଯାୟୀ, ଏହି ଆଂଶିକ ଚନ୍ଦ୍ରଗ୍ରହଣ ଜୁନ୍ ୫ତାରିଖ ରାତି ୧୧:୧୫ରେ ଆରମ୍ଭ ହେବ ଏବଂ ଜୁନ୍ ୬ତାରିଖ ୧୨ଟା ୫୪ମିନିଟରେ ପୃଥିବୀର ଦୁର୍ବଳ ଛାୟା ସଂପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଆଚ୍ଛାଦନ କରିବା ପରେ ଏହା ସର୍ବାଧିକ ଚନ୍ଦ୍ରଗ୍ରହଣରେ ପହଞ୍ଚିବ। ପରେ ଆଂଶିକ ଚନ୍ଦ୍ର ଗ୍ରହଣ ଜୁନ୍ ୬ ଭୋର ୨ଟା ୩୪ମିନିଟରେ ସର୍ବ ମୋକ୍ଷ ହେବ।
ଆସନ୍ତାକାଲି ଚନ୍ଦ୍ରଗ୍ରହଣ: ଏହି ସବୁ ଦେଶରେ ନଜର ଆସିବ ମହାଜାଗତିକ ଦୃଶ୍ୟ, ରାତି ୧୧ଟା ୧୫ରୁ ଗ୍ରହଣ ଆରମ୍ଭ

Share Now: