ମା’ ସମଲେଶ୍ୱରୀଙ୍କ ଦର୍ଶନ ସପ୍ତାହେ ବନ୍ଦ:ଭକ୍ତ କରିବେ ମା’ଙ୍କ ଚଳନ୍ତି ପ୍ରତିମା ଦର୍ଶନ

ସମ୍ୱଲପୁର: ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ। ମନ୍ଦିରର ଗର୍ଭଗୃହରେ ମରାମତି କାମ ଆରମ୍ଭ ହୋଇଥିବାରୁ ଗତ ଗୁରୁବର ଦିନଠୁ ମା’ ଙ୍କର ଦର୍ଶନ ବନ୍ଦ ରହିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହର ମରାମତି ଆରମ୍ଭ ହୋଇଛି। ଏହା ସରିବାକୁ ପ୍ରାୟ ୭ ଦିନ ଲାଗିବ। ସେ ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କର ଦର୍ଶନ କରି ପାରିବେ ନାହିଁ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ ମା’ ସମଲେଶ୍ୱରୀଙ୍କ ଚଳନ୍ତି ପ୍ରତିମା, ମା ଭୁବନେଶ୍ୱରୀଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି।

ଦୀର୍ଘଦିନ ଧରି ମନ୍ଦିର ଗର୍ଭଗୃହରେ ମୂଷାମାନଙ୍କ ଉତ୍ପାତ ଯୋଗୁଁ ଭିତରେ ଅବରୋଧ ହୋଇଥିଲା। ମୁଷାମାନେ ଭିତରେ ମାଟି ତାଡ଼ି ଦେଉଥିବାରୁ, ନଡ଼ିଆପାଣି ଓ ଅନ୍ୟ ତରଳ ପଦାର୍ଥ ବାହାରକୁ ଠିକ ଭାବେ ନିଷ୍କାସିତ ହୋଇ ପାରୁ ନ ଥିଲା ଓ ତଳକୁ ଚାଲିଯାଉଥିଲା। ଫଳରେ ଗର୍ଭଗୃହ ପ୍ରତି ବିପଦ ଆଶଙ୍କା ସ୍ପଷ୍ଟ ହୋଇଥିଲା। ଏହା ଜଣା ପଡ଼ିବା ପରେ ମନ୍ଦିର ପରିଚାଳନା କମିଟିର ଅନୁରୋଧ କ୍ରମେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହ ପରିଦର୍ଶନ ଓ ସର୍ଭେ କରାଯାଇ, ମରାମତି କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ମରାମତି ଓ ଦର୍ଶନ ବନ୍ଦ ହେବା ସମ୍ପର୍କରେ ସର୍ବସାଧାରଣଙ୍କୁ ପୁର୍ବ ସୂଚନା ଦିଆଯାଇ ନ ଥିବାରୁ ପୂଜକ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କମିଟି ସଭାପତି କ୍ଷମା ପ୍ରାର୍ଥନା କରିବା ସହ ଆଜିଠାରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବ ବୋଲି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସ୍ୱର୍ଣ୍ଣିମ ଶନିବାରରେ ସୁନା ବର୍ଷା: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତ ଖାତାରେ ୮ଟି ଗୋଲ୍ଡ

Sat Apr 14 , 2018
ଗୋଲ୍ଡକୋଷ୍ଟ:ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ସହ ମୋଟ୍ ୮ଟି ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱର୍ଣ୍ଣିମ ଶନିବାରର ପ୍ରଥମ ଗୋଲ୍ଡ ମେଡାଲ୍ ଜିଣିଥିଲେ ବକ୍ସିଂର ଆଇରନ୍ ଲେଡି ଭାବେ ପରିଚିତ ମେରିକମ୍। ୪୮ କେଜି ବର୍ଗର ମହିଳା ବକ୍ସିଂ ଫାଇନାଲରେ ମେରିକମ୍ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏଥିସହିତ ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ପ୍ରଥମ ଥର ଲାଗି ପଦକ ହାସଲ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial