ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ: ପ୍ରଭୁ ଦର୍ଶନରୁ ଭକ୍ତ ବଞ୍ଚିତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳନ ଏକ ଅନ୍ୟନ୍ୟ ଓ ସୁନ୍ଦର ପରମ୍ପରା। ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାଭିକଟା ବିଧି ଶ୍ରଦ୍ଧାଳୁମାନଙ୍କ ପାଇଁ ବେଶ୍ ଉତ୍ସାହ ଓ ଉତ୍କଣ୍ଠାର ସମୟ ହୋଇଥାଏ। ଏହି ଅପୂର୍ବ ଲୀଳାର ଦର୍ଶନ ପାଇଁ ଭକ୍ତମାନେ ପ୍ରତିବର୍ଷ ଆଜିର ଦିନକୁ ବଡ଼ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଶ୍ରଦ୍ଧାଳୁମାନଙ୍କୁ ଏହି ଅପୂର୍ବ ଲୀଳା ଦର୍ଶନରୁ ବଞ୍ଚିତ କରିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଲୀଳାମୟଙ୍କ ଲୀଳା ପାଳନ ହୋଇଛି ସତ ମାତ୍ର କରୋନା କଟକଣାରେ ଅନୁଷ୍ଠିତ ହୋଇଥିବାରୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଦର୍ଶନ କରିପାରିନାହାନ୍ତି।
ବିଧି ଓ ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାରେ ବ୍ରାହ୍ଣଣସାହିର ଦୁଇଜଣ ସେବାୟତ ମହାରାଜା ଉଗ୍ରେସେନ ଓ ବାସୁଦେବ ବେଶ ହୋଇ ଆସିଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ସମାପନ ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ଅଣାଯାଇଥିଲା ଓ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୋଇଥିଲା। ଏହି ସମୟରେ ମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇଥିଲା ଓ ପଞ୍ଚ ଉପଚାରରେ ପୂଜା ଓ ଆଳତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିର ପରିସରରେ ଥିବା କ୍ଷୁଦ୍ର ଗଙ୍ଗା ଯମୁନା ପୋଖରୀକୁ ପାର୍‌ କରାଯାଇଥିଲା। ସେଠାରୁ ତାଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇଥିଲା। ସେଠାରେ ମହାପ୍ରଭୁଙ୍କୁ ଖଟୁଲିରେ ବସାଇ ନାଭିକଟା ଯାଇଥିଲା ଓ ପାନରେ ସେକ ଦିଆଯାଇଥିଲା। ପୂଜାପଣ୍ଡା ପ୍ରଭୁଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇଥିଲେ। ଏହାପରେ ଷୋଡ଼ଷ ଉପଚାରରେ ପୂଜା ଓ ଆଳତି ହୋଇଥିଲା ଓ ବାଳଗୋପାଳଙ୍କୁ ଦକ୍ଷିଣୀ ଗୃହକୁ ନିଆଯାଇଥିଲା। ସେହିପରି ଏକାମ୍ର କ୍ଷେତ୍ରରେ ବିଭିନ୍ନ ମଠରେ ମଧ୍ୟ ପବିତ୍ର ଜନ୍ମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। କାଠିଆ ମଠ, ରାଧାକୃଷ୍ଣ ମଠ, ରାଧା ବଲ୍ଲଭ ମଠ, ଗୌଡ଼ିୟ ମଠ, ଶ୍ୟାମାଶଙ୍କର ମଠ ଆଦିରେ ନାଭିକଟା ପରମ୍ପରା ସହ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। ମଠମାନଙ୍କରେ ମଧ୍ୟ କରୋନା କଟକଣା ଭକ୍ତମାନଙ୍କୁ ଜନ୍ମାଷ୍ଟମୀ ବିଧି ଦର୍ଶନରୁ ବଞ୍ଚିତ କରିଥିଲା।

Share Now:

Kalinga News Beuro

Next Post

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ପାଇଁ ଆସୁନାହାନ୍ତି ଜନସାଧାରଣ

Wed Aug 12 , 2020
ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରମୁଖ ଘରୋଇ ହସ୍ପିଟାଲ ଓ ଲାବ୍‌ରେ କରୋନା ପରୀକ୍ଷା ସୁବିଧା କରାଯାଇଛି। ଏଠାରେ ଲୋକ ଟଙ୍କା ଦେଇ କରୋନା ପରୀକ୍ଷା କରିପାରିବେ। କିଛି ଲୋକ ଟଙ୍କା ଖର୍ଚ୍ଚ କରି ପରୀକ୍ଷା କରିବାକୁ ଚାହୁ ନଥିବାରୁ ଏବଂ ବିଏମ୍‌ସି ଅଧିକରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରିବାକୁ ଯୋଜନା କରିଥିବାରୁ ଆଜିଠାରୁ ରାଜଧାନୀର ୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ତିନିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ମାଗଣା […]
କରୋନା ପରୀକ୍ଷା-new

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial