୧୭ରୁ ମା’ ବିରଜାଙ୍କ ରଥଯାତ୍ରା: ଜାରି ହେବ ୧୪୪ ଧାରା

୧୭ରୁ ମା’ ବିରଜାଙ୍କ ରଥଯାତ୍ରା

ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଗତ ଅକ୍ଟୋବର ୮ରେ ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିଲା। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଥିଲେ।

Share Now:

Kalinga News Beuro

Next Post

ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା: ଭାସିଗଲା ଦୁଇ ଡାଇଭର୍ସନ, ଶେରଗଡ଼-ବଡ଼ଗଡ଼ ଯୋଗାଯୋଗ ବିଛିନ୍ନ

Tue Oct 13 , 2020
ଶେରଗଡ଼ ବ୍ଲକରେ ବ୍ୟାପକ ପନିପରିବା ଫସଲ ନଷ୍ଟ ଶେରଗଡ଼/ବ୍ରହ୍ମପୁର/ପାତ୍ରପୁର: ଗତ ୧୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ଠାରୁ ଆଜି ଯାଏଁ ସ୍ଥିତି ଆହୁରି ଖରାପ ରହିଛି। ଲଗାଣ ବର୍ଷା ଯୋଗୁଁ ଶେରଗଡ଼ ଅଞ୍ଚଳରେ ପ୍ରବାହିତ ଋଷିକୁଲ୍ୟା, ବାଘୁଆ, ନନ୍ଦିନୀ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ବଡ଼ଗଡ଼-ଗାଙ୍ଗପୁର ପାର୍ଶ୍ୱରେ ଥିବା ଡାଇଭର୍ସନ ଭାସିଯାଇଛି। ଶେରଗଡ଼-ବଡ଼ଗଡ଼ […]
ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial