ନିରାଡ଼ମ୍ବର ଭାବେ ଦିଆଯିବ “ଧର୍ମପଦ” ପୁରସ୍କାର

ଧର୍ମପଦ ପୁରସ୍କାର

ଭୁବନେଶ୍ୱର : ଦୀର୍ଘ ୫ ବର୍ଷର ଘୋଷଣା ପରେ ସୋମବାର ଦିଆଯିବ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’। ଜୁଲାଇ ୩୦ ତାରିଖରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଥିଲା। କରୋନା ଯୋଗୁଁ ଉତ୍ସବ ଆୟୋଜନ ସମ୍ଭବ ନଥିବାରୁ ଘରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୦୯ରୁ ୨୦୧୫ ମସିହା ମଧ୍ୟରେ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। ତେବେ ୨୦୧୫ ମସିହା ମେ’ ୧୨ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ମାତ୍ର ଏହାର ୨ ଦିନ ପରେ ଧର୍ମପଦ ପୁରସ୍କାର କାଠଗଡ଼ାକୁ ଚାଲିଗଲା। ଏଥିସହ ୭ ଧର୍ମପଦ ପୁରସ୍କାର ଓ ୧୦ ଜଣ ଏକାଡେମି ପୁରସ୍କାର ବିଜେତା ପୁରସ୍କାର ପାଇବାରୁ ବଞ୍ଚିତ ଥିଲେ। ଦୁଃଖର କଥା ଧର୍ମପଦ ପୁରସ୍କାର ପାଇବାକୁ ମନୋନୀତ ୭ଜଣ ଶିଳ୍ପୀଙ୍କ ମଧ୍ୟରୁ ୩ ଜଣ ଆଉ ଇହଧାମରେ ନାହାନ୍ତି।

Share Now:

Kalinga News Beuro

Next Post

୧୦୧ ପ୍ରକାର ଯୁଦ୍ଧାସ୍ତ୍ର ଆମଦାନି ବନ୍ଦ ହେବ: ପ୍ରତିରକ୍ଷା ମନ୍ତ୍ରୀ

Mon Aug 10 , 2020
‘ଆତ୍ମନିର୍ଭର ଭାରତ’ ଯୋଜନାରେ ହିଁ ତିଆରି ହେବ ସାମରିକ ପରିବହନ ବିମାନ, ତୋପ, ବନ୍ଧୁକ ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ ପଦକ୍ଷେପକୁ ସୁଦୃଢ଼ କରିବାପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୦୧ ଯୁଦ୍ଧାସ୍ତ୍ର ଏବଂ ଏ ବାବଦ ଉପକରଣର ଆମଦାନି ବନ୍ଦ ହେବ। ଏଭଳି ଏକ ନିଷ୍ପତ୍ତିକୁ ଆଜି ଟ୍ବିଟ୍‌ କରି ଘୋଷଣା […]
ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial