ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି। ପୂର୍ବାହ୍ନ ଅଧିବେଶନରେ ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ଗୁରୁ ମୁକ୍ତିଲାଲ୍‌ ପାଲ, ଗୁରୁ ପିତାମ୍ବର ବିଶ୍ୱାଳ ଓ ଗୁରୁ ଜ୍ୟୋତି ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ଓଡ଼ିଶୀ ଗୁରୁକୁଳ ଚାରିଟେବୁଲ ଟ୍ରଷ୍ଟ’ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମଙ୍ଗଳାଚରଣ ପରିବେଷଣ କରାଯାଇଥିଲା। ଏହାପରେ ଶତରୂପା ସାହା, ଲିପ୍‌ସା ଦଳେଇ, ମ୍ରିତିକା ମୁଖୋପାଧ୍ୟାୟ, ଶେଫାଳି ପଟ୍ଟନାୟକ, ମହାରାଜା ଭୋଇ, ଆମେରିକାର କ୍ରିଷ୍ଣାରତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରୀ ନୃତ୍ୟ ଏକାଡେମିର ଶିଳ୍ପୀମାନଙ୍କ ନୃତ୍ୟ ଦର୍ଶକଙ୍କ ମନଜିଣିଥିଲା।
ଅପରାହ୍ଣ ଅଧିବେଶନର ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ନିରଞ୍ଜନ ରାଉତ ଓ ଗୁରୁ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱରର ‘ନୃତ୍ୟସୁଧା ଡ୍ୟାନ୍ସ ଏକାଡେମି ଟ୍ରଷ୍ଟ’ର ଶିବପଞ୍ଚକ, କୋଲକାତାର ‘ଶତାବ୍ଦୀ ନୃତ୍ୟାୟନ’ର ଶିଳ୍ପୀମାନଙ୍କ ଦ୍ୱାରା ଶିବାଷ୍ଟକ ପରିବେଷିତ ହୋଇଥିଲା। ସନ୍ଧ୍ୟା ଅଧିବେଶନରେ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମେୟର ସୁଲୋଚନା ଦାସ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍‍ ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‍କୁମ୍‍ ମହାନ୍ତି, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକ୍‌ତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ‘ସିଞ୍ଜନ ନେତ୍ରାଳୟ’ ଅନୁଷ୍ଠାନର ଶିଳ୍ପୀମାନଙ୍କ ପକ୍ଷରୁ ବନ୍ଦେ ମାତରମ୍‍ ଓ ତାରା ପଲ୍ଲବୀ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

Share Now:

Kalinga News Beuro

Next Post

ସୁନାମୀ ଯୋଗୁଁ ଜାପାନର ପରମାଣୁ କେନ୍ଦ୍ରକୁ ନେଇ ଚିନ୍ତା

Mon Jan 1 , 2024
ନୂଆଦିଲ୍ଲୀ: ଜାପାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୁରନ୍ତ ପରେ ସୁନାମି ଆସିଥିଲା, ଯାହା ଫଳରେ ସହର ଭିତରକୁ ପାଣି ପଶିଯାଇଛି। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲହରର ଉଚ୍ଚତା ୧.୩ ଫୁଟ ପର୍ଯ୍ୟନ୍ତ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଲହର ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଜାପାନରେ ଥିବା ଆଣବିକ ଶକ୍ତି କେନ୍ଦ୍ରର ସୁରକ୍ଷାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial