ଆଗକୁ ଆସୁଛି ପାର୍ବଣ ଋତୁ : ଦ୍ଵନ୍ଦରେ ରାଜଧାନୀର ପୂଜା କମିଟି

ଦ୍ଵନ୍ଦରେ ରାଜଧାନୀର ପୂଜା କମିଟି

ଭୁବନେଶ୍ବର: ଶ୍ରାବଣ ସରିବ। ଭାଦ୍ରବ ବି ଆସିବ। ହେଲେ ପାର୍ବଣ ପସରା ମେଲିବନି। ଜନ୍ମାଷ୍ଟମୀ ପରେ ବାଜୁଥିବା ପାର୍ବଣର ବିଗୁଲ ଏଥର ନିଶବ୍ଦ ରହିବ। ନିରବି ଯିବ ପୂଜା ମଣ୍ଡପ। ବୈଦିକ ଉଚ୍ଚାରଣ ଓ ଭଜନରେ ପରିବେଶରେ ଆ‌ଧ୍ୟାତ୍ମିକତା ସଞ୍ଚରିବ ନାହିଁ କି ‌ଡିଜେ, ମେଲୋଡି ଓ ମୀନାବଜାର ପସରା ସହରକୁ ଚଳଚଞ୍ଚଳ କରିବନି। କରୋନା ମହାମାରୀ ଯୋଗୁଁ ଜନଜୀବନ ଠପ୍‌ ହୋଇଯାଇଥିବା ବେଳେ ଏଥର ପାର୍ବଣର ଜାକଜକମ ଜମିବନି। ଭିନ୍ନଭିନ୍ନ ପ୍ରକାର ଗଣେଶଙ୍କ ପ୍ରତିମୂର୍ତିରେ ଶିଳ୍ପୀର ସର୍ଜନା ଦେଖି ଆଖି ଲାଖିବନି କି ଦୁର୍ଗାମଣ୍ଡପର ନିଆରା ତୋରଣ ଆକର୍ଷିତ କରିବନି। ମୋଟ୍‌ ଉପରେ କରୋନା ମହାମାରୀର ପ୍ରକୋପରେ ଅଗଷ୍ଟରୁ ନଭେମ୍ବର ଯାଏ ଜମୁଥିବା ପାର୍ବଣ ଋତୁ ସମ୍ପୂର୍ଣ୍ଣ ନିରବ, ନିଶବ୍ଦ ଓ ନିର୍ଜନ ରହିବ। ଫିକା ଫିକାରେ ସରିଯିବ ପାର୍ବଣ ଋତୁ। କରୋନାର ବର୍ତ୍ତମାନ ସ୍ଥିତିରୁ ଏମିତି ଆଶଙ୍କା ପ୍ରକାଶ ପାଇଲାଣି।
ପ୍ରତିବର୍ଷ ଏତେବେଳକୁ ଗଣେଶ ପୂଜାଠାରୁ ଆରମ୍ଭ କରି ଖୁଦୁରୁକୁଣୀ, ବିଶ୍ବକର୍ମା, ଦୁର୍ଗା ପୂଜା ଓ କାଳୀ ପୂଜା ପାଇଁ ଗୋଟିଏ ପରେ ଗୋଟିଏ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ବିଶେଷ କରି ରାଜଧାନୀରେ ଗଣେଶ ପୂଜା ଓ ଦୁର୍ଗା ପୂଜା ବେଶ୍‌ ଜାକଜକମରେ ପାଳନ କରାଯାଉଥିବାରୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। କିଏ ଚାଉଳ, ବିରି, ମୁଗ, ଚେରି, କାଇଁଚ, କଉଡ଼ିରେ ଗଣେଶଙ୍କ ପ୍ରତିମୂର୍ତି ତିଆରି କରେ ତ’ ଆଉ କିଏ କିଛି ବାର୍ତ୍ତା ବହନ କରୁଥିବା କିମ୍ବା ନିଆରା ବିଷୟବସ୍ତୁକୁ ନେଇ ଶିଳ୍ପୀ ହାତରେ ଗଣେଶଙ୍କୁ ମାଟି ଓ ନଡ଼ା ଦେହରେ ଉତାରି ଦିଏ। କିନ୍ତୁ ଏଥର ଗଜାନନଙ୍କୁ ଆଉ ସେମିତି ଦେଖିବାକୁ ମିଳିବନି। ସେହିପରି ଦୁର୍ଗା ପୂଜାରେ ମା’ଙ୍କ ବିଧି ମୁତାବକ ପୂଜା ସହ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ତୋରଣ କରି ଭକ୍ତଙ୍କୁ ଆକର୍ଷିତ କରୁଥିଲେ। କିନ୍ତୁ କଟକରେ କମିସନରେଟ୍‌ ପୁଲିସ ପକ୍ଷରୁ ଗଣେଶ ପୂଜା ଆୟୋଜନ ଉପରେ କଟକଣା ଲାଗୁ ହେବା ପରେ ଏବେ ଭୁବନେଶ୍ବରରେ ଗଣେଶ ପୂଜା ଓ ଦୁର୍ଗା ପୂଜା କମିଟିଗୁଡ଼ିକ ଦ୍ଵନ୍ଦରେ ପଡ଼ିଛନ୍ତି।

Share Now:

Kalinga News Beuro

Next Post

ପଞ୍ଚଭୂତରେ ବିଲୀନ ହେଲା ବିଜୟଙ୍କ ପାର୍ଥିବ ଶରୀର

Wed Jul 22 , 2020
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ ଭୁବନେଶ୍ବର: ଶେଷଯାଏ ନାଟକର ମୋହ ଥିଲା। କିନ୍ତୁ ମୋହ ତୁଟାଇଦେଲା ସମୟ। ବେଳ ଥାଉ ଥାଉ ସେ ବାହୁଡ଼ିଗଲେ ଅଫେରା ରାଇଜକୁ। ଦୀର୍ଘ ୫ ଦଶନ୍ଧି ଧରି ଅଭିନୟ ମାୟାରେ କୋଟି କୋଟି ଓଡ଼ିଆଙ୍କୁ ବାନ୍ଧି ରଖିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ବିଜୟ ମହାନ୍ତି ଶେଷରେ ମୋହମାୟାର ବନ୍ଧନ ତୁଟାଇ ପଞ୍ଚଭୂତରେ ବିଲୀନ ହୋଇଗଲେ। ତୋପ ସଲାମୀ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର […]
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial