ଭାଙ୍ଗିବନି ପରମ୍ପରା: ଲକ୍‌ଡାଉନ୍ ନିୟମ ମାନି ୨୭ରେ ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ପରମ୍ପରା ଭାଙ୍ଗିବ ନାହିଁ। କିନ୍ତୁ କରୋନା ଭାଇରସ ଯୋଗୁଁ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଯଦିଓ ଆଡମ୍ବର ସହ ପାଳନ ହେବ ନାହିଁ, ତଥାପି ନିରାଡମ୍ବର ସହ ପାଳନ ହେବ। ଆସନ୍ତା ୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ପରଂପରା ନ ଭାଙ୍ଗି ଲକ୍‌ଡାଉନ୍ ନିୟମ ମାନି ଶୀତଳ ଷଷ୍ଠୀ ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶୀଳତ ଷଷ୍ଠୀ ଯାତ୍ରା ପାଇଁ ଭୁବନେଶ୍ୱର ମହାନଗର ନିଗମର କମିସନରଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଚିଠି ଲେଖାଯିବ। ବିଏମ୍‌ସିର ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀଳତ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ନିୟମ ପାଳନ କରାଯିବ। ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ହାହାକାର ଦେଖାଯାଇଛି। ଲକଡାଉନ ଯୋଗୁଁ ଚାରିଆଡେ ଜନଶୂନ୍ୟ ଦେଖାଯାଇଛି। ରାସ୍ତାଘାଟରେ ବହୁତ କମ ଲୋକ ଯିବାଆସିବା କରୁଛନ୍ତି। ଧର୍ମାନୁଷ୍ଠାନରେ କେବଳ ପୂଜାରୀ ବ୍ୟତୀତ ଆଉ କେହି ନାହାନ୍ତି। ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବାରଣ ହୋଇଛି।

Share Now:

Kalinga News Beuro

Leave a Reply

Next Post

ଘରେ ବସି ଦେଖନ୍ତୁ ନିଜ ଅଞ୍ଚଳର କ୍ଵାରେଣ୍ଟିନ ସେଣ୍ଟରର ଭିତିରି ଦୃଶ୍ୟ ଓ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Wed May 13 , 2020
ଆରମ୍ଭ ହେଲା ଜିଆଇଏସ ମ୍ୟାପିଂ ସିଷ୍ଟମ ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି। କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର। ତେବେ ରାଜ୍ୟ ସରକାର ଏବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial