ଆଇସିୟୁ ଭର୍ତ୍ତି, ୱାର୍ଡ ଖାଲି : କୋଭିଡ୍‌ କେୟାର ସେଣ୍ଟରକୁ ଯାଉନାହାନ୍ତି ଆକ୍ରାନ୍ତ

ଆଇସିୟୁ ଭର୍ତ୍ତି, ୱାର୍ଡ ଖାଲି

୯୩୫ ଶଯ୍ୟା, ୪୮ ଆଇସିୟୁ ଖାଲି

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି। ଏହାର ପ୍ରମାଣ ହେଉଛି ହସ୍ପିଟାଲ‌ରେ ଆକ୍ରାନ୍ତ ସଂଖ୍ୟା କମିଗଲାଣି। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଇସିୟୁରେ ବୃଦ୍ଧି ପାଉଛି। ଦୁଇ ତିନିଟି କୋଭିଡ୍‌ ହସ୍ପିଟାଲରେ ତ ଆଇସିୟୁରେ ବି ଶଯ୍ୟା ମିଳୁନି। ଫଳରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପଟେ ମୋଟ‌ ଆକ୍ରାନ୍ତଙ୍କର ୮୦% ଏବେ ଗୃହ ସଙ୍ଗରୋଧରେ ରହୁଛନ୍ତି। କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅନ୍ୟ ରୋଗର ଚିକିତ୍ସା କରାଯାଉନଥିବାରୁ ଆକ୍ରାନ୍ତମାନେ ଘରେ ରହୁଛନ୍ତି ପଛେ ହସ୍ପିଟାଲକୁ ଯାଉନାହାନ୍ତି। ଏହାବାଦ୍‌ ବୀମା ଥିବା ଲୋକ ଏବଂ ଧନୀକ ଶ୍ରେଣୀର ଲୋକ କୋଭିଡ୍‌ ହସ୍ପିଟାଲ ଯିବା ଅପେକ୍ଷା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲ ଉପରେ ଚାପ କମିବାରେ ଲାଗିଛି। ଏବେ କୋଭିଡ୍‌ ହସ୍ପିଟାଲରେ ଅଧାରୁ ଅଧିକ ବାହାର ଜିଲ୍ଲାର ଆକ୍ରାନ୍ତ ଥିବା ଜଣାପଡ଼ିଛି। ଭୁବନେଶ୍ବର ସମେତ ବାହାର ଜିଲ୍ଲାର ଗୁରୁତର କରୋନା ଆକ୍ରାନ୍ତ ଆଇସିୟୁ ପାଇଁ ହସ୍ପିଟାଲ ଆସୁଥିବାରୁ ଆଇସିୟୁରେ ଶଯ୍ୟା କମ‌ ରହିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ କେୟାର ସେଣ୍ଟର୍‌କୁ ଆଉ ଆକ୍ରାନ୍ତ ଯାଉ ନାହାନ୍ତି। କାଁ ଭାଁ ଆକ୍ରାନ୍ତ ଯାଉଛନ୍ତି। ଫଳରେ କେତେକ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଲାଣି। ତେଣୁ ଏଗୁଡ଼ିକୁ ବନ୍ଦ କରାଯିବ କି ନାହିଁ, ସେନେଇ ବିଏମ୍‌ସି ଦ୍ବନ୍ଦ୍ବରେ ପଡ଼ିଲାଣି। ପ୍ରଥମ ପର୍ଯ୍ୟାୟରେ ଜଟଣୀ କୋଭିଡ୍‌ କେୟାର ସେଣ୍ଟରରେ ୩୦୦ ଶଯ୍ୟା ଥିବା ବେଳେ ଏହାକୁ ବନ୍ଦ କରି ଦିଆଯାଇଛି। ବିଏମ୍‌ସିର ସୂଚନାନୁଯାୟୀ, ଏବେ ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର୍‌ରେ ୯୩୫ଟି ଶଯ୍ୟା ଖାଲିଥିବା ବେଳେ ୪୮ଟି ଆଇସିୟୁ ଶଯ୍ୟା ଖାଲି ଅଛି।

Share Now:

Kalinga News Beuro

Next Post

ରାଜଧାନୀରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୪୩

Fri Oct 16 , 2020
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ କମୁଛି। ରାଜଧାନୀର କରୋନା ସ୍ଥିତି ନେଇ ସୂଚନା ଦେଇ ଏଭଳି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା କେସ କମୁଥିବାରୁ ଦୁଇଟି କୋଭିଡ କେୟାର ସେଣ୍ଟର ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜାମୁଝରି ଓ ଜଟଣୀରେ ଥିବା ଦୁଇଟି ସିସିସିର ୭୫୦ ବେଡ୍ ବନ୍ଦ କରାଯାଇଥିବା ସେ କହିଛନ୍ତି। ଏହା ବ୍ୟତୀତ ପୂଜା ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ […]
ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial