ସେପ୍ଟେମ୍ବର ମାସ କୋଭିଡ୍ ଗାଇଡଲାଇନ : ହଟିଲା ସପ୍ତାହାନ୍ତ

ସେପ୍ଟେମ୍ବର ମାସ କୋଭିଡ୍ ଗାଇଡଲାଇନ

ସଟଡାଉନ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏଥର କଟକଣାକୁ ଆହୁରି କୋହଳ କରିଛନ୍ତି। ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏଣିକି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି ରାଜ୍ୟର ସବୁ ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଉଠିଯାଇଛି। ବିବାହ, ବ୍ରତୋପନୟନ, ଅନ୍ତେଷ୍ଟି କ୍ରିୟାରେ ସର୍ବାଧିକ ୨୫୦ ଲୋକ ଯୋଗ ଦେଇପାରିବେ। ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଏକତ୍ରିତ ହୋଇପାରିବେ। କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି କ୍ରମେ ଏସବୁ କାର୍ଯ୍ୟ କରାଯାଇପାରିବ। କୋଭିଡ କଟକଣା ସହ ରାଜ୍ୟରେ ଥିବା ଫିଲ୍ମହଲ, ଥିଏଟର ଆଦି ଖୋଲିପାରିବ। ସେହିପରି ସାରା ରାଜ୍ୟରେ ଥିବା ସୂଚନା କେନ୍ଦ୍ର, ପାଠାଗାରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମେଳା ମଉଛବ, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ। ସବୁପ୍ରକାରର ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଉପରେ ବାରଣ ବଜାୟ ରହିବ। ସିନେମା ହଲ ପାଇଁ ମଧ୍ୟ କଟକଣା କୋହଳ ହୋଇଛି। ହଲରେ ଯେତିକି ସିଟ ଥିବ ସେତିକି ଦର୍ଶକ ଯାଇପାରିବେ। ହଲରେ କୋଭିଡ କଟକଣା ଦାୟିତ୍ବ ହଲ ପରିଚାଳନା ବୁଝିବେ। ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି।

Share Now:

Kalinga News Beuro

Next Post

ବିଜେଡିରେ ମିଶିଲେ ବିଜେପି କର୍ମୀ

Tue Aug 31 , 2021
ଚନ୍ଦ୍ରଶେଖରପୁର : ଭୁବନେଶ୍ବର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ପରେ ତୃଣମୂଳସ୍ତରରେ ଦଳକୁ ସଙ୍ଗଠନ କରିବା ପାଇଁ ନେତାମାନେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଯେଉଁଥିରେ ୧୪ନମ୍ବର ୱାର୍ଡର ବହୁ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ନେତା […]
ବିଜେଡିରେ ମିଶିଲେ ବିଜେପି କର୍ମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial