କରୋନାରେ ମୃତ୍ୟୁ ହେଲେ ଶବ ସତ୍କାର ପାଇଁ ରାଜ୍ୟ ସରକାର ଦେବେ ୭୫୦୦ ଟଙ୍କା

ଶବ ସତ୍କାର ପାଇଁ ରାଜ୍ୟ ସରକାର ଦେବେ ୭୫୦୦ ଟଙ୍କା

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଯୋଗୁଁ ମୃତ୍ୟୁ ଘଟୁଥିବା ଲୋକଙ୍କ ଶବ ସତ୍କାର ପାଇଁ ରାଜ୍ୟ ସରକାର ୭ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଜଣେ ବ୍ୟକ୍ତିଙ୍କର ଶବ ସତ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିବେ । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ । ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ମୃତ୍ୟୁ ହେଉଥିବା ବ୍ୟକ୍ତିମାନଙ୍କର ଶବ ସତ୍କାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କରୋନା ଭାଇରସରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବକୁ ପରିବାର ଲୋକେ ସିଧାସଳଖ ନେଇପାରିବେ ନାହିଁ । ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ଶବ ସତ୍କାର ହେବ ।

Share Now:

Kalinga News Beuro

Next Post

କରୋନା କବଳରେ ଇସ୍ରୋ : ଶ୍ରୀହରିକୋଟା ମହାକାଶ କେନ୍ଦ୍ରରେ ଲକଡାଉନ

Mon Jul 20 , 2020
ବାଙ୍ଗାଲୁରୁ : ସାରା ଭାରତରେ କରୋନା ବ୍ୟାପିଚାଲିଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏଥିରୁ ବାଦ ପଡ଼ିନାହିଁ। ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ହେବା ପରେ ଏହି ମହାକାଶ କେନ୍ଦ୍ରକୁ ଲକଡାଉନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଇସ୍ରୋର ସଲିଡ ପ୍ରୋପେଲାଣ୍ଟ ସ୍ପେଶ ବୁଷ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି […]
ଶ୍ରୀହରିକୋଟା ମହାକାଶ କେନ୍ଦ୍ରରେ ଲକଡାଉନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial