କରୋନା କବଳରେ ଇସ୍ରୋ : ଶ୍ରୀହରିକୋଟା ମହାକାଶ କେନ୍ଦ୍ରରେ ଲକଡାଉନ

ଶ୍ରୀହରିକୋଟା ମହାକାଶ କେନ୍ଦ୍ରରେ ଲକଡାଉନ

ବାଙ୍ଗାଲୁରୁ : ସାରା ଭାରତରେ କରୋନା ବ୍ୟାପିଚାଲିଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏଥିରୁ ବାଦ ପଡ଼ିନାହିଁ। ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ହେବା ପରେ ଏହି ମହାକାଶ କେନ୍ଦ୍ରକୁ ଲକଡାଉନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଇସ୍ରୋର ସଲିଡ ପ୍ରୋପେଲାଣ୍ଟ ସ୍ପେଶ ବୁଷ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ମହାକାଶ କେନ୍ଦ୍ରରେ ମୁତୟନ ହୋଇଥିବା ଜଣେ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସର ହାଉସିଂ କଲୋନୀରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମଣ ବଢିବା ପରେ ଇସ୍ରୋର ବାଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟଳୟର ପରାମର୍ଶକ୍ରମେ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରକୁ ଲକଡାଉନ ଘୋଷଣା କରାଯାଇଛି । କେବଳ କିଛି ସର୍ମନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନେଇ କେତେକ ଅତ୍ୟାବଶ୍ୟକ କାର୍ଯ୍ୟ ଜାରି ରହିବ। ସଂକ୍ରମଣକୁ ଅଧିକ ବ୍ୟାପିବାରୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରର ବରିଷ୍ଠ ପ୍ରଶାସନିକ ଅଧିକାରୀ ଧନଲକ୍ଷ୍ମଣ କହିଛନ୍ତି। ଗତ ଏପ୍ରିଲ ମାସରୁ ସରକାର ନିର୍ମାଣ କାମକୁ ଅନୁମତି ଦେବା ପରେ ଏହି ମହାକାଶ କେନ୍ଦ୍ର ପରିସରରେ କେତେକ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏବେ ଲକଡାଉନ ହେବା ପରେ ସେସବୁ କାମ ଅଟକିଯାଇଛି।

Share Now:

Kalinga News Beuro

Next Post

ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର

Mon Jul 20 , 2020
ଆସନ୍ତାକାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନମ୍ନୋକ୍ତ ଘୋଷଣା କରିଛନ୍ତି।୧- ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ […]
ଆସନ୍ତାକାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial