ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଏବଂ ସାଧାରଣ ନାଗରିକ ଆହତ

ଆତଙ୍କବାଦୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଶ୍ରୀନଗରରେ ଆତଙ୍କବାଦୀମାନେ ଆଜି ପୁଲିସ ଏବଂ ସିଆରପିଏଫର ମିଳିତ ଦଳ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଶ୍ରୀନଗରର ହୱାଲ ଅଞ୍ଚଳର ସାଜାଗରିପୋରାରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ସାଜାଗରିପୋରା ହୱାଲରେ ଏକ ପୁଲିସ୍ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏଥିରେ ଫାରୁକ୍ ଅହମ୍ମଦ ଚୋପନ୍ ନାମକ ଜଣେ ପୁଲିସ୍ କର୍ମଚାରୀ ଏବଂ ମୁନି ଅହମ୍ମଦ ନାମକ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ଉଭୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇ ଏବେ ସର୍ଚ୍ଚ ଅପରେସନ୍‌ ଚାଲିଛି ବୋଲି କାଶ୍ମୀର ଜୋନ୍ ପୁଲିସ୍ ଟୁଇଟ୍ କରି ସୂଚନା ଦେଇଛି।

Share Now:

Kalinga News Beuro

Next Post

ଡିସେମ୍ବର ୮ ‘ଭାରତ ବନ୍ଦ’ : କଂଗ୍ରେସ ସମେତ ବହୁ ବିରୋଧୀ ଦଳର ସମର୍ଥନ

Sun Dec 6 , 2020
ନୂଆଦିଲ୍ଲୀ: କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ପ୍ରାୟ ଦୁଇ ସପ୍ତାହ ଧରି ଦିଲ୍ଲୀ ସୀମାନ୍ତରେ ଏକତ୍ରିତ ହୋଇଥିବା କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ମଙ୍ଗଳବାରର ‘ଭାରତ ବନ୍ଦ’କୁ ସମର୍ଥନ କରିବାକୁ ଅନେକ ବିରୋଧୀ ଦଳ ଘୋଷଣା କରିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି , ବାମପନ୍ଥୀ ଦଳ, ତାମିଲନାଡୁର ଡିଏମକେ ଏବଂ ତେଲେଙ୍ଗାନାର ଶାସକ ଟିଆରଏସ ଭଳି ରାଜନୈତିକ ଦଳଗୁଡ଼ିକ କୃଷକଙ୍କ ବନ୍ଦ ଡାକରାକୁ […]
‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସର ସମର୍ଥନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial