ଜାଙ୍ଗ୍‌ନାନ୍‌ ଚୀନ୍‌ ଅଞ୍ଚଳର ଅଂଶବିଶେଷ : ବେଜିଙ୍ଗ୍‌

ଜାଙ୍ଗ୍‌ନାନ୍‌ ଚୀନ୍‌ ଅଞ୍ଚଳର ଅଂଶବିଶେଷ

ନୂଆଦିଲ୍ଲୀ: ଜାଙ୍ଗ୍‌ନାନ୍‌ ସେମାନଙ୍କ ଭୂଖଣ୍ଡର ଅଂଶବିଶେଷ ଏବଂ ତାହା ଚୀନ୍‌ର ସାର୍ବଭୌମ ଅଧିକାର ମଧ୍ୟରେ ରହିଛି ବୋଲି ଆଜି ଚୀନ୍‌ କହିଛି। ସୂଚନାଯୋଗ୍ୟ, ଚୀନ୍‌ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ପୁନଃନାମକରଣ କରିବା କଥାକୁ ଭାରତ ତୀବ୍ର ବିରୋଧ କରିବା ପରେ ଚୀନ୍‌ ଆଜି ଏ ଭଳି ସ୍ପଷ୍ଟୀକରଣ ଦେଇଛି। ଅରୁଣାଚଳ ପ୍ରଦେଶର ଏହି ସବୁ ସ୍ଥାନଗୁଡ଼ିକର ନାମ କାହିଁକି ପରିବର୍ତ୍ତନ କରାଗଲା ବୋଲି ପଚରାଯିବାରୁ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ରୀ ମାଓ ନିଙ୍ଗ୍‌ ଗଣମାଧ୍ୟମକୁ କହିଲେ, ଜାଙ୍ଗ୍‌ନାନ୍‌ ହେଉଛି ଚୀନ୍‌ ଭୌଗୋଳିକ ଅଞ୍ଚଳର ଅଂଶବିଶେଷ। ରାଜ୍ୟ ପରିଷଦ୍‌ର ଭୌଗୋଳିକ ନାମ ନିମନ୍ତେ ପ୍ରଶାସନର ବ୍ୟବସ୍ଥା ଅନୁଯାୟୀ ଚୀନ୍‌ ସରକାରଙ୍କ କର୍ତ୍ତୃପକ୍ଷମାନେ ଜାଙ୍ଗ୍‌ନାନ୍‌ର କେତେକ ଅଞ୍ଚଳକୁ ପୁନଃନାମିତ କରିଛନ୍ତି। ସେ ସବୁ ଚୀନ୍‌ର ସାର୍ବଭୌମ ଅଧିକାର ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ, ରବିବାର ଦିନ ଚୀନ୍‌ର ବେସାମରିକ ବ୍ୟାପାର ମନ୍ତ୍ରାଳୟ ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳକୁ ପୁନଃନାମିତ କରିଛି। ଏହି ଅଞ୍ଚଳକୁ ‌ସେମାନେ ତିବ୍ଦତର ଦକ୍ଷିଣ ଭା‌ଗ ଜାଙ୍ଗ୍‌ନାନ୍‌ ବୋଲି କହୁଛନ୍ତି। ଏହି ନାଁ ସବୁ ଚୀନ୍‌ର କ୍ୟାବିନେଟ୍‌ ଷ୍ଟେଟ୍‌ କାଉନ୍‌ସିଲ୍‌ଦ୍ବାରା ଜାରି କରାଯାଇଛି। ପୁନଃନାମକରଣ କରାଯାଇଥିବା ୧୧ଟି ଅଞ୍ଚଳ ମଧ୍ୟରେ ରହିଛି, ଦୁଇଟି ସ୍ଥଳଭାଗ ଅଞ୍ଚଳ, ଦୁଇଟି ଜନବସତି ଅଞ୍ଚଳ, ୫ଟି ପର୍ବତ ଚୂଡ଼ା ଏବଂ ୨ଟି ନଦୀ।

Share Now:

Kalinga News Beuro

Next Post

ବଡ଼ଭାଇର ଶାବଳ ‌ଚୋଟରେ ସାନଭାଇ ମୃତ

Wed Apr 5 , 2023
ବୀରମିତ୍ରପୁର : ବୀରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ବସ୍ତିରେ ବଡଭାଇ ଶାବଳରେ ଆକ୍ରମଣ କରି ସାନଭାଇର ଜୀବନ ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାଇ ବାରାବାଶ ଗୌଡ଼ଟୋଲି ବସ୍ତିରେ ରହୁଥିବା ୩୦ ବର୍ଷୀୟ ବୁଧରାମ ମାଝୀ ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ମୃତକ ବୁଧରାମଙ୍କର ୪୦ ବର୍ଷୀୟ ବଡ଼ଭାଇ ଶିବାଜୀ ମାଝୀ ମଦ ଧରି ଘରକୁ ଆସିଥିଲା ଏବଂ ସାନଭାଇ ବୁଧରାମ […]
ବଡ଼ଭାଇର ଶାବଳ ‌ଚୋଟରେ ସାନଭାଇ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial