ଗଭୀର ଅବପାତ ପାଲଟିଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର : ସୋମବାର ସନ୍ଧ୍ୟାରେ ଅତିକ୍ରମ କରିବ ଆନ୍ଧ୍ର-ତାମିଲନାଡୁ ଉପକୂଳ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଗତକାଲି ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବିଗତ ୧୨ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗଭୀର ଅବପାତରେ ଘନୀଭୂତ ହୋଇ ଆଜି ସକାଳ ୫.୩୦ ସୁଦ୍ଧା ଦକ୍ଷିଣପୂର୍ବ ଓ ତତ୍‌ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ସ୍ଥଳର ଭାଗରୁ ହିସାବ କଲେ ସମ୍ପ୍ରତି ଏହି ଗଭୀର ଅବପାତ ପୁଡ୍ଡୁଚେରୀର ପୂର୍ବ-ଦକ୍ଷିଣପୂର୍ବକୁ ୭୯୦ କିଲୋମିଟର୍‌, ଚେନ୍ନାଇର ଦକ୍ଷିଣପୂର୍ବକୁ ୮୦୦ କିଲୋମିଟର୍‌, ବାପଟଲା ଦକ୍ଷିଣପୂର୍ବକୁ ୯୯୦ କିଲୋମିଟର୍‌ ଓ ମଛଲିପଟନମ୍‌ର ଦକ୍ଷିଣପୂର୍ବକୁ ୯୭୦ କିଲୋମିଟର୍‌ ଦୂର ସମୁଦ୍ର ଉପରେ ରହିଛି।
ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ତୀବ୍ର ଅବପାତ ପାଲଟି ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହାପରେ, ଉକ୍ତ ସାମୁଦ୍ରିକ ଝଡ଼ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତି କରି ଡିସେମ୍ବର ୪ ତାରିଖ ସନ୍ଧ୍ୟା ଆଡ଼କୁ ଚେନ୍ନାଇ ଓ ମଛିଲପଟନମ୍‌ ବାଟେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲ୍‌ନାଡୁ ଉପକୂଳ ଅତିକ୍ରମ କରିବ।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ

Fri Dec 1 , 2023
ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ବିମାନରେ ଫେରିଥିଲେ। ବିମାନବନ୍ଦରରେ ୪ ଓଡ଼ିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ତେବେ ୪ଜଣ ଶ୍ରମିକ ଫେରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ରହିଛି। ୫ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial