ଭୁବନେଶ୍ୱରରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ବିମାନରେ ଫେରିଥିଲେ। ବିମାନବନ୍ଦରରେ ୪ ଓଡ଼ିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ତେବେ ୪ଜଣ ଶ୍ରମିକ ଫେରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ରହିଛି। ୫ ଶ୍ରମିକ ବିମାନବନ୍ଦରରୁ ସର୍କିଟ୍ ହାଉସ ଅଭିମୁଖେ ଯାଇଛନ୍ତି। ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ସେମାନେ ନବୀନନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ନିଜ ନିଜ ଘରକୁ ଫେରିବେ ବୋଲି ସୂଚନା ରହିଛି। ଦୀର୍ଘ ୧୭ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ହୋଇଥିଲେ। ଏଥିରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିଲେ। ଏହି ଶ୍ରମିକମାନେ ହେଲେ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଞ୍ଜର ବିଶେଶ୍ୱର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ।
ସୂଚନାଯୋଗ୍ୟ ଯେ ଏହି ଶ୍ରମିକମାନଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ। ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକମାନଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟମାନଙ୍କୁ କହିଥିଲେ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଖୁବ ଶୀଘ୍ର ସେମାନେ ପରିବାରକୁ ଫେରି ଆସିବେ ବୋଲି ୫ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ।

Share Now:

Kalinga News Beuro

Next Post

ଆଉ ୯୭ ତେଜସ୍‌ ଲଢ଼ୁଆ ବିମାନ କିଣିବ ଭାରତ

Fri Dec 1 , 2023
ନୂଆଦିଲ୍ଲୀ : ଆଉ ୯୭ଟି ତେଜସ୍‌ ହାଲ୍‌କା ଲଢ଼ୁଆ ଯୁଦ୍ଧ ବିମାନ ସହିତ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଞ୍ଜୁରି ଦେଇଛି। ଭାରତୀୟ ବାୟସେନା ପାଇଁ ଆସିବାକୁ ଥିବା ଏହି ଲଢ଼ୁଆ ବିମାନ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର ମଧ୍ୟରୁ ୯୦ଟି ସ୍ଥଳସେନା ପାଇଁ ଏବଂ ୬୬ଟି ଭାରତୀୟ ବାୟୁସେନା ପାଇଁ ଆସିଛି। ଉଭୟ ତେଜସ୍‌ ଏବଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial