ରାଜଧାନୀରେ ଚାଞ୍ଚଲ୍ୟ: ଯୁବତୀଙ୍କ ଅାପତ୍ତିଜନକ ଭିଡିଓ ଭାଇରାଲ କଲା ମନ୍ଦିରର ପୂଜକ

ଭୁବନେଶ୍ୱର: ରାଜଧାନୀରେ ମନ୍ଦିରର ଜଣେ ପୂଜକ ଯୁବତୀଙ୍କ ଅାପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଭୁବନେଶ୍ୱର ମହିଳା ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସଂପୃକ୍ତ ଯୁବତୀ ପୂଜକଙ୍କ ଘରୁ ଯିବା ଆସିବା କରୁଥିଲେ । ଆଉ ଏହାର ସୁଯୋଗ ନେଇ ପୂଜକ ଯୁବତୀଙ୍କୁ ଖାଦ୍ୟ/ପାନୀୟରେ ନିଶା ଦେଇ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଉଠାଇଥିଲେ। ତା’ପରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପୂଜକ। ଯୁବତୀ ତାଙ୍କ କଥାରେ ରାଜି ନହେବାରୁ ସେ ପରବର୍ତ୍ତୀ ସମୟରେ ଭିଡିଓ ଓ ଫଟୋ ଭାଇରାଲ କରି ଦେଇଛନ୍ତି। ଅଭିଯୁକ୍ତ ପୂଜକର ଘର ଭୁବନେଶ୍ୱର ଝାରପଡ଼ାରେ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ, କାକଟପୁର ବ୍ଲକର ସୁନାରୀବସ୍ତ ସ୍କୁଲରେ ୨ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ଘଟଣା ପରେ ପ୍ରଧାନଶିକ୍ଷକଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି । ଏ ନେଇ ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଛି । ସ୍କୁଲରେ ତାଲା ପକାଇବା ସହ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

Tue Apr 24 , 2018
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରାଜ୍ୟ ସରକାର ତାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୨% ବଢ଼ାଇଛନ୍ତି। ଏହି ବୃଦ୍ଧି ପରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ରୁ ୭%କୁ ବଢ଼ିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial