ବାରବାଟୀ ଷ୍ଟାଡିୟମ୍‌ ନବକଳେବର ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏଠାରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ। ବାରବାଟୀ ଷ୍ଟାଡିୟମ୍‌ର ଶିଳାନ୍ୟାସ ଅବସରରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ, ଓସିଏ ସଭାପତି, ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ) ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଓ ପଜ୍ଞାନ ଓଝା ମଧ୍ୟ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ।
ବାରବାଟୀ ଷ୍ଟାଡିୟମ୍‌ର ଶିଳାନ୍ୟାସ ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୁରୀସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ବ୍ରହ୍ମପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଯାଜପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ପୁରୀରେ ମହିଳା କ୍ରିକେଟ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଗଞ୍ଜାମରେ ଭାରୋତ୍ତୋଳନ ଏକାଡେମୀ, ଯାଜପୁରରେ ହକି ପ୍ରଶିକ୍ଷଣ କେନ୍ଦ୍ର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀର ଉଦଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଭିଏସଏସ କ୍ରିକେଟ ଷ୍ଟାଡିୟମର ପୁନଃବିକାଶ, ବରଗଡ଼ରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଢେଙ୍କାନାଳରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏବଂ ଯାଜପୁରରେ ସ୍ପୋର୍ଟ୍ସ ଏକାଡେମୀ ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତ୍ତିପ୍ରସ୍ତର ରଖିଛନ୍ତି।

Share Now:

Kalinga News Beuro

Next Post

ହାତୀଙ୍କୁ ରୋକିବା ପାଇଁ ଭରତପୁର ଜଙ୍ଗଲରେ ଲାଗିଲା୧,୧୦୦ ମିଟର ଝୁଲନ୍ତା ସୌର ବାଡ଼

Tue Feb 27 , 2024
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗ ଅଭିନବ ପନ୍ଥା ଆପଣାଇଛି। ହାତୀଗୁଡ଼ିକ ଯେପରି ଜନବସତି ଆଡ଼କୁ ନ ଆସିବେ, ସେଥିପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ହାଙ୍ଗିଙ୍ଗ୍‌ (ଝୁଲନ୍ତା) ସୋଲାର୍‌ ଫେନ୍ସ (ବାଡ଼) ବ୍ୟବସ୍ଥା ହୋଇଛି। ଅନ୍ଧାରୁଆର ଡାହାଣ ପାର୍ଶ୍ବର ସୌଉରା ବାଙ୍କ ନିକଟରେ ୧,୧୦୦ ମିଟର ଲମ୍ବର ଫେନ୍ସ ନିର୍ମାଣ କରାଯାଇଛି। ଏହାଦ୍ୱାରା ହାତୀ-ମଣିଷ ଲଢ଼େଇକୁ କିଛି ମାତ୍ରାରେ ରୋକା ଯାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial