ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି : ମା’ କିଚକେଶ୍ଵରୀଙ୍କୁ କରିବେ ପୂଜାର୍ଚ୍ଚନା

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ମୟୁରଭଞ୍ଜର ଖିଚିଂରେ ପହଞ୍ଚିବେ। ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ଵରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ଶ୍ରୀମତୀ ମୁର୍ମୁ ଆସନ୍ତା ଫେବୃଆରୀ ୨୯ ତାରିଖ ପୂର୍ବାହ୍ନ ୧୦ଟା୧୦ରୁ ୧୦ଟା ୪୦ ପର୍ଯ୍ୟନ୍ତ ଅଧଘଣ୍ଟା କାଳ ପର୍ଯ୍ୟନ୍ତ ଐତିହାସିକ ଖିଚିଂ ମନ୍ଦିର ପରିସରରେ ରହିବେ। ଏହି ଅବସରରେ ସେ ମା’ କିଚକେଶ୍ଵରୀଙ୍କୁ ଦର୍ଶନ ଓ ଆରତୀ କରିବେ। ସୂଚନାଯୋଗ୍ୟ, ଐତିହାସିକ ଖିଚିଂ ମନ୍ଦିରକୁ ରାଷ୍ଟ୍ରପତିଙ୍କ ଆଗମନ ପାଇଁ ମନ୍ଦିର କମିଟି ପକ୍ଷରୁ ଗତବର୍ଷ ଡିସେମ୍ବର ୨୮ ତାରିଖରେ ଅନୁରୋଧ କରାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ଖିଚିଂ ମନ୍ଦିର କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Share Now:

Kalinga News Beuro

Next Post

ଇମ୍ଫାଲରେ ପଞ୍ଚମ ଭାରତୀୟ ରିଜର୍ଭ ବାଟାଲିୟନ ଉପରେ ଆକ୍ରମଣ : ୧ମୃତ, ୨ ଆହତ

Wed Feb 14 , 2024
ଇମ୍ଫାଲ: ମଣିପୁରର ଇମ୍ଫାଲରେ ଚିଙ୍ଗାରେଲ ତେଜପୁରସ୍ଥିତ ପଞ୍ଚମ ଭାରତୀୟ ରିଜର୍ଭ ବାଟାଲିୟନ ପୋଷ୍ଟ ଉପରେ ଜନତାଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୧ଟା ରେ ଏହି ଘଟଣା ଘଟିଛି। ମୃତକ ଜଣକ ଇମ୍ଫାଲ ପୂର୍ବର ପାଙ୍ଗେଇ ଓକ୍ରାମ ଲେଇକାଇରେ ରହୁଥିବା ୨୪ ବର୍ଷୀୟ ଓକ୍ରାମ ସାନାଟନ୍‌ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆହତ ଅନ୍ୟ ଦୁଇ ଆହତଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial