ରାଜଧାନୀରେ ଡେଙ୍ଗୁ: ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ, ୪୬୪ ଜାଗାରୁ ଲାର୍ଭା ନଷ୍ଟ

ରାଜଧାନୀରେ ଡେଙ୍ଗୁ-1

ଭୁବନେଶ୍ବର: ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି। ସ୍ବତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟା ଯାଉଛି। ୫ଶହରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ସର୍ବେକ୍ଷଣ କାମରେ ଲାଗିଥିବା ବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ, ହେଲ୍ଥ ଅଫିସର ମିଶି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଘରକୁଘର ବୁଲିବା ବେଳେ ଏହି ଟିମ୍‌ ବିଚିତ୍ର ପରିସ୍ଥିତି ଲକ୍ଷ୍ୟ କରିଛି। କେତେକ ଲୋକ ସଉକ୍‌ରେ ଲଗାଇଥିବା ଫୁଲକୁଣ୍ଡରେ କଣା ନଥିବାରୁ ସେଗୁଡ଼ିକ ମଶାଙ୍କ ବଂଶବୃଦ୍ଧିରେ ସାହାଯ୍ୟ କରୁଛି। ସେହିଭଳି କେତେକ ଗ୍ୟାରେଜ୍‌ରେ ପଡ଼ିଥିବା ଦଦରା ଟାୟାର ଭିତରେ ବହୁଦିନ ଧରି ପାଣି ଜମିଥିବାରୁ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି। କେତେକ ନିଜ ବାଡ଼ିରେ ପକାଇଥିବା ପଇଡ଼ ଖୋଳରେ ମଧ୍ୟ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି। ଏସବୁକୁ ନେଇ ଲୋକମାନଙ୍କୁ ସଚେତନ କରାଯିବା ସହ ଔଷଧ ସ୍ପ୍ରେ କରାଯାଇ ଲାର୍ଭା ନଷ୍ଟ କରାଯାଇଛି। ଆଜି ସୁଦ୍ଧା ୩୫୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରାଯାଇଛି। ୪୬୪ ଜାଗାରୁ ମଶା ଲାର୍ଭା ନଷ୍ଟ କରାଯାଇଥିବା ବେଳେ ୪ ହଜାର ୭୩୧ ଘର ସର୍ବେକ୍ଷଣ କରାଯାଇଛି। ସର୍ବେକ୍ଷଣରେ ୧୯ ହଜାର ୫୩୨ ଜଣ ଲୋକଙ୍କୁ ସାମିଲ କରାଯାଇଛି। ୧ହଜାର ୨୬୬ ବୁକ୍‌ଲେଟ୍‌ ବଣ୍ଟନ କରାଯାଇଛି। ଆଗକୁ ଏହି ସେଚତନତା ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ବିଲୁପ୍ତି ପଥରେ ପଞ୍ଚୁପାଣ୍ଡବ ଗୁମ୍ଫା: କଂକ୍ରିଟ୍‌ ଜଙ୍ଗଲ ଓ ଆବର୍ଜନା ଭିତରେ ଲୁପ୍ତ ହେବ କି ଐତିହ୍ୟ ?

Mon Jul 26 , 2021
ଭୁବନେଶ୍ବର: ଐତିହ୍ୟ ନଗରୀ ଭୁବନେଶ୍ବରରେ ରହିଛି ପ୍ରାଚୀନ ଗାଥା ବହନ କରୁଥିବା ପଞ୍ଚୁପାଣ୍ଡବ ଗୁମ୍ଫା। ବଡ଼ଗଡ଼ ବ୍ରିଟ୍ କଲୋନି ସ୍ଥିତ ଏହି ଗୁମ୍ଫା ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଏକ ଐତିହ୍ୟସ୍ଥଳର ମାନ୍ୟତା ଦେଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ଗୁମ୍ଫାର ନାମ ସାମିଲ୍ ହୋଇରହିଛି। ମାତ୍ର ପରିତାପର କଥା ଏହି ଐତିହ୍ୟ ଏବେ ଅଲୋଡ଼ା ହୋଇ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ […]
ଭୁଶୁଡ଼ିବା ଆଶଙ୍କାରେ ପଞ୍ଚୁପାଣ୍ଡବ ଗୁମ୍ଫା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial