ବାବାଙ୍କୁ ଦଳି ଦେଲା ହାତୀ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ବାବା ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବାବା ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଡିହଡୋଳ ସେକ୍ସନ ବନ କର୍ମଚାରୀ ପହଞ୍ଚିଥିଲେ
ହାତୀ ଆକ୍ରମଣରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Share Now:

Kalinga News Beuro

Leave a Reply

Next Post

ବନ୍ୟା ପାଇଁ ଷଡ଼ଯନ୍ତ୍ର!

Wed May 9 , 2018
ବର୍ଷା ଜଳ ତୁରନ୍ତ ନିଷ୍କାସନ ପାଇଁ ଯୋଜନା ନାହିଁ ଭୁବନେଶ୍ୱର: ଅସରାଏ ବଡ଼ ବର୍ଷା ହେଲେ, ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ ହୋଇଯାଉଛି। ଅଧ ଘଣ୍ଟା ୪୦ରୁ ୫୦ ମିଲିମିଟର ବର୍ଷା ହେଲେ ଅଧା ରାଜଧାନୀ ପାଣି ଘେରରେ ରହୁଛି। ତେଣୁ ବର୍ଷା ପରେ ସହର ଭିତରେ ଯେପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ନ ହେବ, ଲୋକ ଜଳବନ୍ଦୀ ନ ହେବେ, ସେଥିପାଇଁ ନ୍ୟାସନାଲ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍‌ଡିଏମ୍‌ଏ)ଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial