ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ରାଜ୍ୟ ସରକାର ତାଙ୍କ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୨% ବଢ଼ାଇଛନ୍ତି। ଏହି ବୃଦ୍ଧି ପରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ରୁ ୭%କୁ ବଢ଼ିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ।

ଏହା ବ୍ୟତୀତ ସଂଶୋଧିତ ହାରରେ ପେନ୍‌ସନ୍ ପାଉଥିବା ପେନ୍‌ସନ୍ ଭୋଗୀଙ୍କ ଟି‌ଆଇ ୨% ବୃଦ୍ଧି ହୋଇଥିବା ବେଳେ ଅଣସଂଶୋଧିତ ପେନ୍ସନ୍ ଭୋଗୀଙ୍କ ଟିଆଇ ୩% ବୃଦ୍ଧି ହୋଇଛି।

Share Now:

Kalinga News Beuro

Leave a Reply

Next Post

ରାଜଧାନୀକୁ ବିପଦ ! ଆଗକୁ ହୋଇପାରେ ଉତ୍କଟ ଜଳସଂକଟ

Tue Apr 24 , 2018
ବର୍ଷର ଅଧାରୁ ଅଧିକ ସମୟ, ଶୁଖିଲା ରହୁଛି କୁଆଖାଇ ଭୁବନେଶ୍ୱର: କାଠଯୋଡ଼ି ନଦୀର ପାଣି ଆଉ କୁଆଖାଇକୁ ଆସୁନାହିଁ। ଜଳ ପ୍ରବାହ ତ କମିଛି। ଏହି ଦୁଇ ନଦୀର ସଂଯୋଗ ସ୍ଥଳରେ ଆଉ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣି। କୁଆଖାଇ ପାର୍ଶ୍ୱ ଉଚ୍ଚା ଥିବାରୁ କାଠଯୋଡ଼ି ନଦୀର ପାଣି ଆଉ ଏହି ନଦୀକୁ ଆସୁନାହିଁ। ପ୍ରାୟ ଅଧ କିମି ପର୍ଯ୍ୟନ୍ତ କୁଆଖାଇ ନଦୀର ପତନ କାଠଯୋଡ଼ିଠାରୁ ପ୍ରାୟ ୭ରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial