ପେନସନ ନେବାକୁ ଟ୍ରଲିରେ ଆସି ହଟହଟା ହେଲେ ଅବସରପ୍ରାପ୍ତ ଶିକ୍ଷକ

School Headmaster,Bhadrak (1).jpg

ରିଜର୍ଭ ବ୍ୟାଙ୍କ ନିୟମ ମାନୁନାହାନ୍ତି ୟୁକୋ ବ୍ୟାଙ୍କ ତିହିଡି ଶାଖା କର୍ତ୍ତୁପକ୍ଷ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦଳ ଗ୍ରାମର ପଦନ ଚରଣ ନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ୟୁକୋ ବ୍ୟାଙ୍କ ତିହିଡି ଶାଖାରୁ ନିଜର ପେନସନ ଟଙ୍କା ଉଠାଣ କରିଥାନ୍ତି। ଆଜି ଉକ୍ତ ୭୦ ବର୍ଷୀୟ ବୃଦ୍ଧ ଶିକ୍ଷକ ଜଣକ ନିଜର ପେନସନ ନେବାକୁ ଏକ ଟ୍ରଲିରେ ଆସି ବହୁ ସମୟଧରି ଟାଣ ଖରାରେ ବ୍ୟାଙ୍କ ବାହାରେ ଅପେକ୍ଷା କରିଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୁପକ୍ଷ ତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି।ରିଜର୍ଭ ବ୍ୟାଙ୍କର ନିୟମ ରହିଛି କି ସମସ୍ତ ବରିଷ୍ଠ ପେନସନ ଧାରୀ,ଶାରୀରିକ ଅକ୍ଷମ ,ଭିନ୍ନକ୍ଷମ ଓ ରୋଗଗ୍ରସ୍ତ ପେନସନ ଧାରୀଙ୍କୁ ଜାତୀୟ କରଣ ବ୍ୟାଙ୍କ ନିଜ ଖର୍ଚ୍ଚରେ ସେମାନଙ୍କ ଘରେ ଯାଇ ପେନସନ ପ୍ରଦାନ କରିବେ। କିନ୍ତୁ ତିହିଡି ଶାଖା ୟୁକୋ ବ୍ୟାଙ୍କ କର୍ତ୍ତୁପକ୍ଷ ଏହି ନିୟମ ମାନୁ ନଥିବା ଅଭିଯୋଗ ହୋଇଛି।ଦୀର୍ଘ ସମୟ ଧରି ଅନେକ ବୃଦ୍ଧ ଓ ପେନସନଧାରୀ ବର୍ତ୍ତମାନର କରୋନା କଟକଣା ପାଇଁ ବ୍ୟାଙ୍କ ଭିତରକୁ ଯାଇ ନପାରି ଖରାରେ ସିଝୁଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ସହଯୋଗ କରୁନାହାନ୍ତି। ଆଜି ସିନ୍ଦଳ ଗ୍ରାମର ଶାରୀରିକ ଅସୁସ୍ଥ ଅବସରପ୍ରାପ୍ତ ଶିକ୍ଷକ ପଦନ ଚରଣ ନାୟକ ଏକ ଟ୍ରଲିରେ ପେନସନ ନେବାକୁ ଆସି ଦୀର୍ଘ ସମୟ ଧରି ଖରାରେ ବସି ରହିଥିଲେ। ଖବର ପାଇତିହିଡି ବ୍ଲକ କର୍ମଚାରୀ ସଂଘର ସମ୍ପାଦକ କାଳନ୍ଦୀ ଚରଣ ମଲ୍ଲିକ ଓ ଉପଦେଷ୍ଟା ନିର୍ମଳ ଚନ୍ଦ୍ର ଦଳେଇ ଉକ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କ ନିକଟରେ ପହଞ୍ଚି ପେନସନ ପ୍ରଦାନରେ ସହାୟତା କରିଥିଲେ। ଏହା ସହ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ପେନସନଧାରୀଙ୍କୁ ପେନସନ ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହିଥିଲେ। ରାଜ୍ୟ ସରକାର କରୋନା ସମୟରେ ବୟସ୍କ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ବାରଣ କରୁଥିବା ସମୟରେ ୟୁକୋ ବ୍ୟାଙ୍କ ତିହିଡି ଶାଖାରେ ଘଟୁଛି ବ୍ୟତିକ୍ରମ। ସରକାରୀ ନିୟମକୁ ଫୁ କରିଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ। ଏ ସମ୍ବନ୍ଧରେ ବ୍ୟାଙ୍କର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ପେନସନଧାରୀ ବ୍ୟକ୍ତିଗତ ଭାବେ ଅନଲାଇନ କିମ୍ବା ଲିଖିତଭାବେ ଜଣାଇଲେ ପେନସନ ସେମାନଙ୍କ ଘରେ ପ୍ରଦାନ କରାଯିବ ବୋଲି ବ୍ୟାଙ୍କର ସହକାରୀ ଶାଖା ପରିଚାଳକ କହିଛନ୍ତି।

Share Now:

Kalinga News Beuro

Next Post

ସମ୍ପତି ପାଇଁ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ନିଜ ମା’କୁ ୧୯ ଘଣ୍ଟା ମୁଣ୍ତ ଜାମିନ୍‌ ରଖିଲା ଯୁବକ

Tue Aug 11 , 2020
ପିପିଲି : ପିପିଲି ଥାନା ଲକ୍ଷ୍ମୀନାରାୟଣପୁର ଗାଁରେ ରବିବାର ରାତିରେ ବଡ଼ଭାଇକୁ ସାନଭାଇ ମରଣାନ୍ତକ ଆକ୍ରମଣ କରିବା ପରେ ଗିରଫ ଭୟରେ ନିଜ ମା’କୁ ମୁଣ୍ତଜାମିନ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟାଇଥିବା ଯୁବକ ହେଉଛି ଉକ୍ତ ଗାଁର ଦିଲୀପ ରଥ। ଏଥିପାଇଁ ପୁଲିସ ରବିବାର ରାତିଠାରୁ ସେହି ଘର ବାହାରେ ଜଗି ରହିଥିବାବେଳେ ଦିଲୀପ କବାଟ ନ ଖୋଲିବା ଯୋଗୁ ଗମ୍ଭୀର ପରିସ୍ଥିତି […]
ଗିରଫ ଭୟରେ ନିଜ ମା’କୁ ୧୯ ଘଣ୍ଟା ମୁଣ୍ତ ଜାମିନ୍‌ ରଖିଲା ଯୁବକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial