ଭୁବନେଶ୍ୱର : ପୂର୍ବରୁ ଖଣ୍ଡଗିରି ମେଳା ଅବସରରେ ଡାଲା, କୁଲା, ତାଟି ପ୍ରସ୍ତୁତ କରୁଥିବା ବାଉଁଶ କାରିଗର, ମାଟି ହାଣ୍ଡି, ମାଟିର ସାମଗ୍ରୀ ତିଆରି କରୁଥିବା କୁମ୍ଭାର, ପନିକି ସମେତ ଲୁହା ଉପକରଣ ତିଆରି କରୁଥିବା କମାର, ଖଟ, ଚୌକି ତିଆରି କରୁଥିବା କାଠ କାରିଗରଙ୍କ ସମାଗମ ହେଉଥିଲା। କଣ୍ଟିଲୋ, ଆଠଗଡ଼, ଢେଙ୍କାନାଳ ସମେତ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ କୌଳିକ ବୃତ୍ତିଧାରୀ କାରିଗରମାନେ ଆସୁଥିଲେ। ସେତେବେଳେ ଭୁବନେଶ୍ବରର କଳେବର ବଢ଼ି ନଥିଲା କି ଦୋକାନ ବଜାର ନଥିଲା। ତେଣୁ ସ୍ଥାନୀୟ ଲୋକେ ମଧ୍ୟ ବର୍ଷତମାମ ବ୍ୟବହାର କରୁଥିବା ସାମଗ୍ରୀ ଏହି ମେଳାରୁ କିଣୁଥିଲେ। ଖଣ୍ଡଗିରି କୁମ୍ଭମେଳା କୌଳିକ ବୃତ୍ତିଧାରୀଙ୍କୁ ଗ୍ରାହକ ଏବଂ ସ୍ଥାନୀୟ ଅଧିବାସୀଙ୍କୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ କ୍ରୟ ପାଇଁ ବଜାର ଦେଉଥିଲା। ଏଥିଯୋଗୁଁ କେବଳ ଜାଗମରା, ଡୁମୁଡୁମା, ତମାଣ୍ଡୋ ନୁହେଁ; ଜଟଣୀ, ରସୁଲଗଡ଼ରୁ ମଧ୍ୟ ଲୋକ ଆସୁଥିଲେ। ୨୦୦୪ ମସିହା ପରଠାରୁ ଏହି ସ୍ଥିତି ପରିବର୍ତ୍ତନ ହେଲା। ବିଏମ୍ସି ପିଣ୍ଡିର ମୂଲ୍ୟ ନିର୍ଧାରଣ କରି ବିକ୍ରି କରିବା ଫଳରେ ପାରମ୍ପରିକ ଛୋଟ କାରିଗରଙ୍କ ସ୍ଥାନ ବଡ଼ ବ୍ୟବସାୟୀମାନେ ନେଲେ। କୌଳିକ ବୃତ୍ତିଧାରୀ କ୍ଷୁଦ୍ର କାରିଗର ତଥା ବ୍ୟବସାୟୀମାନେ ପ୍ରଭାବିତ ହେଲେ।
ଖଣ୍ଡଗିରି ମେଳାରେ କୌଳିକ ବୃତ୍ତିଧାରୀ ପ୍ରଭାବିତ : ଦେଖାଯାଉନାହାନ୍ତି କମାର, କୁମ୍ଭାର, ବାଉଁଶ କାରିଗର
Share Now: