ରାଜ୍ୟର କିଛି ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା ଓ ଘନକୁହୁଡ଼ି

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ୨୪ରୁ ୪୮ ଘଣ୍ଟା ପାଇଁ ରାଜ୍ୟର ପାଣିପାଗ ନେଇ ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି। ସେହିପରି ଅନ୍ୟ କିଛି ସ୍ଥାନରେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଘନକୁହୁଡ଼ି ନେଇ ଚେତାବନୀ ଜାରି କରିଛି।

Share Now:

Kalinga News Beuro

Next Post

ବିଡ଼ିଓଙ୍କ ଅଣଦେଖା ଓ ମନମୁଖୀ କାର୍ଯ୍ୟ : ପଞ୍ଚାୟତ ଅଫିସରେ ତାଲା ପକାଇଲେ ନିର୍ବାଚିତ ଜନପ୍ରତିନିଧି

Tue Jan 16 , 2024
ନବରଙ୍ଗପୁର: ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ ନ କରିବା ସହ ଆର୍ଥିକ ହେରଫେର ଅଭିଯୋଗରେ ନିର୍ବାଚିତ ଜନପ୍ରତିନିଧି ଗର୍ଜିଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲାଝୁଲାଇ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ସହିତ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଧାରଣା ଦେଇଛନ୍ତି। ବିଡ଼ିଓଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial