ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ: କାଲି ମହାପ୍ରଭୁଙ୍କୁ କରିବେ ଦର୍ଶନ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେ ଶ୍ୱ ରରେ ରାତି ୮ଟାରେ ପହଞ୍ଚିଛନ୍ତି। ଶ୍ରୀମତୀ ସୀତାରମଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ବିଜେପିର ବରିଷ୍ଠ ନେତା ସ୍ୱାଗତ ଜଣାଇଛନ୍ତି। ଏହା ପରେ ସେ ବିମାନବନ୍ଦରରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶାର ପ୍ରବୀଣା ନାରୀ ନେତ୍ରୀ, କଟକ ମହାନଗର ନିଗମର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ସ୍ୱର୍ଗତା ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱରର ରାଜ୍ୟ କାର୍ଯ୍ୟାଳୟଠାରେ ଯୋଗଦେବେ।
ଦଳୀୟ ନେତୃତ୍ୱଙ୍କ ସହ ପ୍ରାୟ ଅଧ ଘଣ୍ଟା ଆଲୋଚନା ପରେ, ସେ ସିଧାସଳଖ ପୁରୀ ଯିବେ। ସେଠାରେ ସେ ରାତ୍ରିଯାପନ କରିବେ। ଆସନ୍ତାକାଲି (ଗୁରୁବାର) ସକାଳେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଜଗନ୍ନାଥ ଦର୍ଶନ କରିବାସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଶେଷରେ ସନ୍ଧ୍ୟା ୫ଟାରେ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ଯୋଗ ଦେବେ। ଏହା ପରେ ସନ୍ଧ୍ୟା ୭ଟା ୫ମିନିଟରେ ସେ ଦିଲ୍ଲୀ ଫେରିଯିବେ।

Share Now:

Kalinga News Beuro

Next Post

ଭୁବନେଶ୍ୱର ମେଟ୍ରୋ‌ ରେଳ ପ୍ରକଳ୍ପ: ବିମାନବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ୧୮ଟି ରେଳ ଷ୍ଟେସନ୍‌

Wed Aug 16 , 2023
ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଚୂଡ଼ାନ୍ତ ହୋଇଥିବା ନେଇ ବୁଧବାର ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ଡିପିଆରରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌(ଡିଏମଆରସି) ଡିପିଆର ପ୍ରସ୍ତୁତ କରିଛି। ଡିଏମଆରସି […]
ଭୁବନେଶ୍ବର ମେଟ୍ରୋ‌ ରେଳ ପ୍ରକଳ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial