ବେପରୱା ଠିକାଦାରଙ୍କ ସୁରକ୍ଷାରେ କଟକ ପୌର ନିଗମ

ବେପରୱା ଠିକାଦାରଙ୍କ ସୁରକ୍ଷାରେ ପୌର ନିଗମ

ଲୋକଙ୍କ ଘର ଭାଙ୍ଗିଲେ ବି ପରୱା ନାହିଁ

କଟକ: ବେପରୱା କାମରେ ଲୋକଙ୍କ ଘର ଭୁଶୁଡ଼ିଲେ ବି ଚିନ୍ତା ନାହିଁ। କଟକରେ ଠିକାଦାରଙ୍କୁ ସୁରକ୍ଷା ଦେବା ପାଇଁ କଟକ ପୌର ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପୁଲିସ, ପ୍ରଶାସନ ସମସ୍ତେ ଆଗଭର। ମଲାଚଣ୍ଡିଆ-ବାଦାମବାଡ଼ି ଡ୍ରେନ୍‌ ଖୋଳା ବେଳେ ଠିକାଦାରଙ୍କ ବେପରୱା କାମ ଯୋଗୁଁ ବାଦାମବାଡ଼ି ସୁମିତ୍ରା ପ୍ଲାଜା ପାଖରେ ଦୋକାନଘର ଓ ବାସଗୃହ ଭୁଶୁଡି ବିପଦସଙ୍କୁଳ ସ୍ଥିତିରେ ରହିଛି। ଘଟଣାକୁ ୩ ଦିନ ବିତିଗଲାଣି। ଠିକାଦାର ଧରାଛୁଆଁ ଦେଉ ନଥିବା ବେଳେ କର୍ତ୍ତୃପକ୍ଷ ବି ଏକପ୍ରକାର ଠିକାଦାରଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। କ୍ଷତିଗ୍ରସ୍ତ ଲୋକ ବିପଦରେ ଦିନ କାଟୁଥିବା ବେଳେ ଦୋକାନ ବି ୩ ଦିନ ହେଲା ବନ୍ଦ ରହିଛି। ଠିକାଦାରଙ୍କ ଦାୟିତ୍ଵହୀନତା ପାଇଁ ଏଭଳି ଅଘଟଣ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲେ ବି ଏଯାଏ ମରାମତି କି କ୍ଷତିପୂରଣ ଦେବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ମଲାଚଣ୍ଡିଆ-ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ନିର୍ମାଣାଧୀନ ଡ୍ରେନ୍ ଖୋଳା ବେଳେ ସଂପୃକ୍ତ ଠିକାଦାର ସୁରକ୍ଷା ବ୍ୟବସ୍ଥା ନକରି ଜେସିବିରେ ଡ୍ରେନ୍‌ ଖୋଳି ଚାଲିଥିଲେ। ଏଥି ପାଇଁ ବାଦାମବାଡ଼ି ସୁମିତ୍ରା ପ୍ଲାଜ୍ ନିକଟରେ ଡ୍ରେନ୍‌ ପାଖରେ ଥିବା କିଛି ଦୋକାନଘର ସମେତ ବାସଘର ଭୁଶୁଡ଼ି ପଡ଼ିଥିଲା। ସୁମିତ୍ରା ପ୍ଲାଜା ପାଖ ମାଳତୀ ‌ଷ୍ଟୋର୍‌ ସମ୍ମୁଖର ମାଟି ଧସି ଯିବାରୁ ମାଳତୀ ଷ୍ଟୋର ଫ୍ରିଜ୍,‌ ‌ସୋ’କେସ୍ ସମେତ ବିଭିନ୍ନ ସାମଗ୍ରୀ ସିଧା‌ ଡ୍ରେନ୍‌କୁ ଖସି ପଡ଼ିଥିଲା।
ଏହା ସହିତ ପରୀକ୍ଷିତ ପରିଡ଼ାଙ୍କ ଘର, ପତଞ୍ଜଳି ‌ଷ୍ଟୋର୍‌, କହ୍ନେୟା ମାର୍ଟ ଆଦି ଅନ୍ୟ କିଛି ଦୋକାନ ମଧ୍ୟ ଭୁଶୁଡ଼ି ଯାଇଥିଲା। ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ସଂପୃକ୍ତ ଠିକାଦାର ସୋମବାର (ଜୁନ୍ ୧୨ତାରିଖ) ସକାଳ ସୁଦ୍ଧା କ୍ଷତିପୂରଣ ଦେବା ସହିତ ଭାଙ୍ଗି ଯାଇଥିବା ଦୋକାନ ଓ ବାସଗୃହର ମରାମତି କରିବାକୁ ଆଲୋଚନା ହୋଇଥିଲା। କିନ୍ତୁ ଠିକାଦାର ଏବେ ଏହାକୁ ଆଉ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି। ବ୍ୟବସାୟୀମାନେ ଓଲଟା ତାଙ୍କୁ ଫୋନ କରିବାରୁ ସଂପୃକ୍ତ ଠିକାଦାର ସିଏମ୍‌ସି ଉପରେ ଦାୟିତ୍ୱ ଠେଲିଦେଇ ନିରବ ରହିଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତର ମାଳତୀ ଷ୍ଟୋରର ସତ୍ତ୍ବାଧିକାରୀ ବିଜୟ କୁମାର ନାୟକ କହିଛନ୍ତି ଯେ, ଠିକାଦାରଙ୍କ ଦାୟିତ୍ୱହୀନତା ପାଇଁ ବ୍ୟାପକ କ୍ଷତି ହୋଇଛି। ଏ ସଂକ୍ରାନ୍ତରେ ଠିକାଦାରଙ୍କୁ କହିଲେ ସେ ଶୁଣୁ ନାହାନ୍ତି। ସିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ ଗୁରୁତ୍ୱ ‌ଦେଉ ନାହାନ୍ତି। ତିନି ଦିନ ହେଲା ଦୋକାନବଜାର ବନ୍ଦ ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି। ଅନ୍ୟପଟେ ମେୟର ସୁବାସ ଚନ୍ଦ୍ର ସିଂହ କହିଛନ୍ତି ‌ଯେ, ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ‌ସିଏମ୍‌ସି ଅଧିକାରୀମାନଙ୍କୁ ସେ ଅବଗତ କରିଛନ୍ତି। କିନ୍ତୁ ଏଯାଏ କୌଣସି ସିଏମ୍‌ସି ଅଧିକାରୀ ଅଥବା ସଂପୃକ୍ତ ଠିକାଦାର ଘଟଣା ପରଠାରୁ ସେଠାକୁ ଆସି ନାହାନ୍ତି।

Share Now:

Kalinga News Beuro

Next Post

ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା : ମ୍ୟାନେଜରଙ୍କ ସମେତ ୧୦ ଗିରଫ

Tue Jun 13 , 2023
ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ। ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ। ଏହି ୧୦ଜଣଙ୍କ ମଧ୍ୟରେ ବାର୍ ମ୍ୟାନେଜର, କର୍ମଚାରୀ ଓ ବାଉଁସର ଥିବା ପୁଲିସ କହିଛି। ଏହି ଘଟଣା ସମ୍ପର୍କରେ ଅବକାରୀ ବିଭାଗକୁ ଅବଗତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। […]
ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial