ପୁଲିସ–ମାଓବାଦୀ ଗୁଳିବିନିମୟରେ ମହିଳା ନକ୍ସଲ ମୃତ : ଖସିଗଲେ ୨୦ ଜଣ

ମହିଳା ନକ୍ସଲ ମୃତ

ବାଲିଗୁଡ଼ା: କନ୍ଧମାଳ–କଳାହାଣ୍ଡି ଜିଲ୍ଲାର ସୀମାନ୍ତ ସିନ୍ଧି ଜଙ୍ଗଲ କେକେବିଏନ ମାଓ କ୍ୟାମ୍ପ ଥିବା ପୁଲିସ ସୂଚନା ପାଇବା ପରେ ଆଜି ସକାଳୁ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ପରେ ଏସଓଜି–ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା ଏହା ପରେ ଦୀର୍ଘ ସମୟ ଗୁଳିବିନିମୟ ଜାରି ରହିଥିଲା। ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଲିସକୁ ସାମ୍ନା କରି ନ ପାରଇ ପ୍ରାୟ ୨୦ ଜଣ ନକ୍ସଲ ଖସି ଯାଇଛନ୍ତି। ମୃତ ମହିଳା ମାଓବାଦୀଙ୍କ ପରିଚୟ ମିଳି ପାରି ନାହିଁ।

Share Now:

Kalinga News Beuro

Next Post

ବହୁଚର୍ଚ୍ଚିତ ମାନସ ସ୍ବାଇଁ ଅପହାରଣ ହତ୍ୟା ମାମଲାରେ ଚାର୍ଜ ଫ୍ରେମ୍‌

Tue Oct 11 , 2022
ଭଦ୍ରକ: ବହୁଚର୍ଚ୍ଚିତ ମାନସ ସ୍ବାଇଁ ଅପହାରଣ ଓ ହତ୍ୟା ମାମଲାର ଆଜି କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ ଜଣ ଅପରାଧିଙ୍କୁ ଜେଲରୁ କଡାସୁରକ୍ଷା ମଧ୍ୟରେ ଭଦ୍ରକ ଜିଲ୍ଲା ଜଜଙ୍କ ଅଦାଲତରେ ହାଜର କରାଯାଇ କ୍ରାଇମ ବ୍ରାଞ୍ଚ ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ଚାର୍ଜ ଫ୍ରେମ ହୋଇଛି। ପ୍ରକାଶଥାଉ କି କ୍ୟାମେରାମେନ ମାନସ ସ୍ବାଇଁଙ୍କୁ ଚାନ୍ଦବାଲି ପଳାସପୁର ଗ୍ରାମରୁ ଅପହରଣ କରି […]
ମାନସ ସ୍ବାଇଁ ଅପହରଣ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial