ସେଲଫି ନେବା ବେଳେ ଜଳପ୍ରପାତର ୫୦ ଫୁଟ ତଳକୁ ଖସିପଡିଲେ ଯୁବକ

କୋରାପୁଟ: ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍‌ ହୋଇଗଲାଣି। ଏହି ସ୍ମାର୍ଟଫୋନ୍‌ ଜରିଆରେ ସେଲଫି ନେବାର ନିଶା ସମସ୍ତଙ୍କୁ ଘାରିଛି। ତେବେ ଏହି ସେଲଫି ହେତୁ କେତେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଗୁୁରୁତର ମଧ୍ୟ ହୋଇଛନ୍ତି। ନିକଟରେ କୋରାପୁଟଜିଲ୍ଲା ପଟାଙ୍ଗୀ ବ୍ଲକ ନୂଆଗାଁ ଗାଲିଗବଡର ଜଳପ୍ରପାତ ନିକଟରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ଜଣେ ପର୍ଯ୍ୟଟକ ବୁଲି ଆସିଥିଲେ। ଏଠାରେ ସେଲଫି ନେଉଥିବା ସମୟରେ ଅସାବଧାନତା ହେତୁ ତଳକୁ ଖସିପଡି ଗୁରୁତର ହୋଇଛନ୍ତି, ତାଙ୍କୁ ସଙ୍ଗେସଙ୍ଗେ କୋରାପୁଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତ କରାଯାଇଛି ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସୁବ୍ରତ ନାଗ ଅନ୍ୟ କିଛି ଯୁବକଙ୍କ ସହ ଗାଲିଗବଡର ସ୍ଥିତ ରତିବାଲି ଜଳପ୍ରପାତ ବୁଲିବାକୁ ଯାଇଥିଲେ । ତେବେ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ସୁବ୍ରତ ଜଳପ୍ରପାତର ପ୍ରାୟ ୫୦ ଫୁଟ ତଳକୁ ଖସିପଡିଥିଲେ । ତାଙ୍କ ସାଥୀରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରିଥିଲେ । କିନ୍ତୁ ସୁବ୍ରତଙ୍କ ସ୍ୱସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Share Now:

Kalinga News Beuro

Leave a Reply

Next Post

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହକୁ ନେଇ ବିବାଦ

Thu May 3 , 2018
ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହକୁ ନେଇ ବିବାଦ ଦେଖାଦେଇଛି। ସମାରୋହରେ ରାଷ୍ଟ୍ରପତି ହାତ ଗଣତି ବିଜେତାଙ୍କୁ ପୁରସ୍କାର ଦେବେ ବୋଲି ଜଣାପଡ଼ିବା ପରେ ବିଜେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇ ୧୪୦ଜଣ ପୁରସ୍କାର ବିଜେତାଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କୁ ପୁରସ୍କାର ପ୍ରଦାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial