ପ୍ର୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପ୍ରସଂଗ:ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

 

କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କେତେକ ରାଜନୈତିକ ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉଦ୍ୟମ କରିବା ଘଟଣାର ପ୍ରତିବାଦରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଜି ମଧ୍ୟାହ୍ନରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦର ଜରୁରି ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏପରି ଉଦ୍ୟମକୁ ଆଇନଜୀବୀମାନେ ନିନ୍ଦା କରିଥିଲେ। ଏଭଳି ଘଟଣାର ପ୍ରତିବାଦରେ ଆଜି ମଧ୍ୟାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶୁକ୍ରବ୍ରାର ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଆସୋସିଏସନ୍‌ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

ଆଜିର ବୈଠକରେ ପୂର୍ବତନ ସଭାପତି ଡକ୍ଟର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସଂପାଦକ ରଂଜନ କୁମାର ନାୟକ, ସହସଂପାଦକ ପ୍ରଦୀପ କୁମାର ମହାନ୍ତି, ପାଠାଗାର ସହସଂପାଦକ ସୁରେଶ କୁମାର ଜେନା, କାର୍ଯ୍ୟନିର୍ବାହୀ ସଦସ୍ୟ ଅଧିରାଜ ମହାନ୍ତି, ସରୋଜକାନ୍ତ ମଣ୍ଡଳ, ପୃଥିବୀ ରାଜ, ବୀଣାପାଣି ତ୍ରିପାଠୀ, ସୁମିତ ଶେଖର ପଟ୍ଟନାୟକ, ମଳୟ ରଂଜନ ବେହେରା, ଶିଶିର ଚନ୍ଦ୍ର ଦାଶ, ସତ୍ୟନାରାୟଣ ମିଶ୍ର, ସୁଲୋଚନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ସଂପର୍କରେ ରାଜ୍ୟର ସମସ୍ତ ଓକିଲ ସଂଘକୁ ଅବଗତ କରାଯାଇଛି। କଟକର ସମସ୍ତ ବାର୍‌ ଆସୋସିଏସନ୍‌ ଆଜି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଶୁକ୍ରବାର ଦିନ ରାଜ୍ୟର ଅନ୍ୟ ଓକିଲ ସଂଘ ଏଥିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତ୍ତନ:ଜିତେନ୍ଦ୍ର ଇନ,ହରି ଆଉଟ

Sat Mar 31 , 2018
ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ଦାବିକୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ରାଜ୍ୟ କଂଗ୍ରେସର ସ୍ଥିତି ଆକଳନ କରିବା ପାଇଁ ରାହୁଲ ଗାନ୍ଧୀ ତିନିଜଣିଆ ପର୍ଯ୍ୟବେକ୍ଷକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial