ଅପରାହ୍ଣ ୩ଟା ସୁଦ୍ଧା ୫୦% ମତଦାନ : ତ୍ରିପୁରାରେ ସର୍ବାଧିକ ମତଦାନ

ତ୍ରିପୁରାରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି। ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି। ଏହା ପରେ ମଣିପୁର ୬୮.୫ ପ୍ରତିଶତ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛି। ଏହାପରେ ଛତିଶଗଡ଼ ୩ୟ ସ୍ଥାନରେ ରହିଛି, ଯେଉଁଠି ଅପରାହ୍ନ ୩ଟା ସୁଦ୍ଧା ୬୩.୯ ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ପଶ୍ଚିମବଙ୍ଗ ଓ ଆସାମରେ ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି।
ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ ହେଉଛି। ଏସବୁ ଆସନରେ ମୋଟ ୧୫.୮୮ କୋଟିରୁ ଅଧିକ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏମାନଙ୍କ ମଧ୍ୟରେ ୮.୦୮ କୋଟି ପୁରୁଷ, ୭.୮ କୋଟି ମହିଳା ଓ ୫,୯୨୯ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। କେରଳର ସମସ୍ତ ୨୦ଟି ଲୋକସଭା ଆସନରେ ନିର୍ବାଚନ ହେଉଛି। କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୬, ଆସାମର ୫, ବିହାରର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ତ୍ରିପୁରା, ମଣିପୁର ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନ ସମେତ ୮୮ଟି ଆସନରେ ମତଦାନ ହେଉଛି।

Share Now:

Kalinga News Beuro

Next Post

ଶୁଖିଲା ଜଙ୍ଗଲୀ ଖାଲ ଓ ପୋଖରୀ : ଅସ୍ତବ୍ୟସ୍ତ ଜୀବଜନ୍ତୁ

Fri Apr 26 , 2024
ମେଣ୍ଢାଶାଳ: ଚନ୍ଦକା ଡିଭିଜନର ଚାରିଟିଯାକ ରେଞ୍ଜ୍‌ରେ ପାଣି ଅଭାବ ଦେଖାଦେଇଛି। ଡମପଡା ରେଞ୍ଜ୍‌ର ନାଗେଶ୍ୱର, ଯାରିଆ ଓ ଶଉରା ବିଲ; ଚନ୍ଦକା ରେଞ୍ଜ୍‌ର କୋଚିଲା ବାରଣା, ଝୁମୁକା, କୁମାରଖୁଣ୍ଟି, ବୁଆରିଗଡ଼; ହଳଦିଆ ରେଞ୍ଜ୍‌ର ଡେରାସ, ଗୁପ୍ତପଡ଼ା, ଅମ୍ବିଲ ଓ ମାଡ଼ୁଆ; ଭରତପୁର ରେଞ୍ଜ୍‌ର ଚୂନକୋଳି ପୋଖରୀ, କୂଅସଉରା ଓ ଭୀମଖାଲରେ ପାଣିର ପରିମାଣ କମିଥିବାବେଳେ ଜଙ୍ଗଲର ଅନେକ ସ୍ଥାନରେ ଥିବା ଖାଲଗୁଡ଼ିକ ଶୁଖିଲା ପଡ଼ିଛି। ଏହା ସହିତ ଦିନକୁ ଦିନ […]
ଶୁଖିଲା ଜଙ୍ଗଲୀ ଖାଲ ଓ ପୋଖରୀଶୁଖିଲା ଜଙ୍ଗଲୀ ଖାଲ ଓ ପୋଖରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial