୩ଟି ଅପରାଧିକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ୩ଟି ଅପରାଧିକ ଆଇନ (ସଂଶୋଧନ) ବିଲ୍କୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ୩ଟି ବିଲ୍ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ୩ଟି ବିଲ୍ ଆଇନରେ ପରିଣତ ହୋଇଯାଇଛି। ଏସବୁ ଆଇନ ଏବେ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ। ଏହି ୩ଟି ବିଲ୍ ଗତ ଡିସେମ୍ବର ୨୦ରେ ଲୋକସଭା ଏବଂ ଡିସେମ୍ବର ୨୧ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଉପସ୍ଥାପନ କରିବା ପରେ ରାଜ୍ୟସଭାରେ ବାଚିନିକ ଭୋଟରେ ଗୃହୀତ ହୋଇଥିଲା।
ଲୋକସଭାରେ ଏହି ତିନୋଟି ନୂଆ ବିଲ୍ ଉପରେ ବିତର୍କର ଉତ୍ତର ଦେଇ ଅମିତ ଶାହା କହିଥିଲେ, ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ଆଇନକୁ ମାନବୀକରଣ କରାଯିବ। ଶାହା କହିଛନ୍ତି, ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଆଇନଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି। ସେହିପରି ମାନବ ଅଧିକାର ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ଆଇନ ଉପରେ ବି ପ୍ରାଥମିକତା ଦିଆଯାଇଛି।

Share Now:

Kalinga News Beuro

Next Post

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭସ୍ଥମ୍ଭ ସ୍ଥାପନ

Mon Dec 25 , 2023
ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୬ତମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହୋଇଯାଇଛି। ସୋମବାର ଅପରାହ୍ନ ୪ ଟାରେ ଅମ୍ବାପାଲିରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗାଁ ପରିକ୍ରମା ପୂର୍ବକ କଦମ୍ବପଡ଼ିଆକୁ ପହଞ୍ଚିଥିଲା। ସେଠାରେ ରାଜପୁରୋହିତ ପଣ୍ଡିତ ଭଗବାନ ବିର୍ତ୍ତିଆ ପୂଜାର୍ଚ୍ଚନା କରିଥିବାବେଳେ ଧନୁଯାତ୍ରା ମହୋତ୍ସବ ଗୋପପୁର କମିଟିର ସହ ଆବାହକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial