ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭସ୍ଥମ୍ଭ ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୬ତମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହୋଇଯାଇଛି। ସୋମବାର ଅପରାହ୍ନ ୪ ଟାରେ ଅମ୍ବାପାଲିରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗାଁ ପରିକ୍ରମା ପୂର୍ବକ କଦମ୍ବପଡ଼ିଆକୁ ପହଞ୍ଚିଥିଲା। ସେଠାରେ ରାଜପୁରୋହିତ ପଣ୍ଡିତ ଭଗବାନ ବିର୍ତ୍ତିଆ ପୂଜାର୍ଚ୍ଚନା କରିଥିବାବେଳେ ଧନୁଯାତ୍ରା ମହୋତ୍ସବ ଗୋପପୁର କମିଟିର ସହ ଆବାହକ ତଥା ପୌରପରିଷଦ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କର୍ତ୍ତା ତୁଲାଇଥିଲେ।
ଏହି ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ଉପଜିଲ୍ଳାପାଳ କୁମାର ନାଗଭୂଷଣ, ଗୋପପୁର କମିଟିର କୃଷ୍ଣ ମହାପାତ୍ର, କାଉନସିଲର ଦିପାଞ୍ଜଳୀ ବାଗ, ଦୟା ପ୍ରଧାନ, ହାଡୁ ମଲ୍ଲିକ, ଅଗ୍ନି ଥପା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଶୋଭାଯାତ୍ରାରେ କୃଷ୍ଣ ବଳରାମ ଭୂମିକା ରେ ଅଭିନୟ କରିବାକୁ ଥିବା ଶିଶୁ କଳାକାର ସମ୍ରାଟ ମହାପାତ୍ର ଓ କିଶନ କୁମାର ବିର୍ତ୍ତିଆ, ରାଧା ବୈଷ୍ଣବୀ ବିର୍ତ୍ତିଆ, ସତ୍ୟନାରାୟଣ ପୋଢ଼,ରାଜେନ୍ଦ୍ର ପ୍ରସାଦ ସିଂ, ପଞ୍ଚାନନ ବିର୍ତ୍ତିଆ, ଇଶ୍ୱର ବାଗ , ରବିନ୍ଦ୍ର ପୂଜାରୀ, ସୁଖଦେବ ଭୋଇ ସମେତ ଗୋପପୁର କମିଟୀର ସଦସ୍ୟମାନେ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ଅନ୍ଧାରରେ ରିଂ ରୋଡ୍‌ ଭାଗ୍ୟ: ଭଙ୍ଗାଗଢ଼ାରେ ମାତିଛି ବିଡିଏ

Mon Dec 25 , 2023
୪ ଟିପି ସ୍କିମ୍‌ ଆଣ୍ଠେଇଛି, କଲଭର୍ଟ ଭାଙ୍ଗି ପୋଲ କରୁଛି ଭୁବନେଶ୍ୱର: ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ୍‌ ଭିଡ଼କୁ ଆଖି ଆଗରେ ରଖି ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ରିଂ ରୋଡ୍‌ର ଯୋଜନା ହୋଇଛି। ୮ ବର୍ଷ ତଳୁ ଏହି ଯୋଜନା ହୋଇଥିଲେ ମଧ୍ୟ ଏହାର ଭାଗ୍ୟ ଏବେ ବି ଅନ୍ଧାରରେ ରହିଛି। ୬୪.୯୦ କି.ମିର ରିଂ ରୋଡ୍‌ କେବେ ବାସ୍ତବ ରୂପ ନେବ କାହା ପାଖରେ ହିସାବ ନାହିଁ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial